ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ମୁଖ୍ୟରାସ୍ତା କଖାରୁଡ଼ିହି ଛକ ନିକଟରେ ଦୁର୍ଘଟଣା । ଏକ ପିକ ଅପ ଭ୍ୟାନ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ବୃଦ୍ଧ ଜଣକ ହେଉଛନ୍ତି ଚାନ୍ଦବାଲି ଏନଏସି 2 ନମ୍ବର ଓ୍ବାର୍ଡର ନିତ୍ୟାନନ୍ଦ ମହାନ୍ତି । ସ୍ଥାନୀୟ ଲୋକ କ୍ଷତିପୂରଣ ଦାବି କରି ଭଦ୍ରକ ଚାନ୍ଦବାଲି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ।
ଖବରପାଇ ଘଟଣାସ୍ଥଳରେ ଚାନ୍ଦବାଲି ପୋଲିସ ପହଞ୍ଚିଥିଲା । ଲୋକମାନଙ୍କୁ କ୍ଷତିପୂରଣ ପ୍ରଦାନ ନେଇ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ