ETV Bharat / state

ଧାନ ବୋଝେଇ ଟ୍ରକକୁ ପିଟିଲା ବସ୍, 2 ମୃତ

ଭଦ୍ରକ ଜିଲ୍ଲାର 16 ନଂ ଜାତୀୟ ରାଜପଥର ବାରିକପୁର ଛକ ନିକଟରେ ର୍ଦୁଘଟଣା । ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 36 ଜଣ ଗୁରୁତର ହୋଇଛନ୍ତି । ଅଧିକ ଖବର ପଢନ୍ତୁ...

ଧାନ ବୋଝେଇ ଟ୍ରକକୁ ପିଟିଲା ବସ, 2 ମୃତ
ଧାନ ବୋଝେଇ ଟ୍ରକକୁ ପିଟିଲା ବସ, 2 ମୃତ
author img

By

Published : Feb 12, 2020, 10:38 AM IST

Updated : Feb 12, 2020, 11:54 AM IST

ଭଦ୍ରକ: ଜିଲ୍ଲାର 16 ନଂ ଜାତୀୟ ରାଜପଥର ବାରିକପୁର ଛକ ନିକଟରେ ର୍ଦୁଘଟଣା । ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 36 ଜଣ ଗୁରୁତର ହୋଇଛନ୍ତି । ସେଥିମଧ୍ୟରୁ 12 ଅଧିକ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଧାନ ବୋଝେଇ ଟ୍ରକକୁ ପିଟିଲା ବସ୍, 2 ମୃତ

ରାସ୍ତାରେ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକକୁ ସାମ୍ନା ପଟୁ ପିଟିଥିଲା ତୀର୍ଥଯାତ୍ରୀ ବସ ।ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ଅଯୋଧ୍ୟାରୁ ପୁରୀ ଅଭିମୁଖେ ଯାଉଥିଲେ ଏହି ତୀର୍ଥଯାତ୍ରୀ । ପୂର୍ବରୁ ରଙ୍ଗ ରୁଟ ରେ ଆସୁଥିବା ଗୋଟିଏ ଧାନ ବୋଝେଇ ଟ୍ରକର ତେଲ ସରିଯିବାରୁ ଜାତୀୟ ରାଜପଥ ଛିଡା ହୋଇଥିଲା ।

ତେବେ ଟୁରିଷ୍ଟ ବସଟି ଦ୍ରୁତ ଗତିରେ ଯାଇ ଛିଡା ହୋଇଥିବା ଧାନ ବୋଝେଇ ଟ୍ରକର ସାମ୍ନାପଟୁ ପିଟିଦେଇଥିବା ସୂଚନା ରହିଛି । ଦୁର୍ଘଟଣାରେ ଶୀକାର ହୋଇଥିବା ତୀର୍ଥଯାତ୍ରୀଙ୍କୁ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଓ ପୋଲିସ ସହାୟତାରେ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ମୋଟ 50 ରୁ ଊର୍ଦ୍ଧ୍ବ ଯାତ୍ରୀ ଥିବା ସୂଚନା ରହିଥିବା ବେଳେ ସମସ୍ତେ ରାଞ୍ଚି ଅଞ୍ଚଳର ବୋଲି ଜଣାପଡିଛି। 6 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Feb 12, 2020, 11:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.