ଭଦ୍ରକ: ଜିଲ୍ଳାସ୍ତରୀୟ ସାଧାରଣନ୍ତ୍ର ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକ।
ଏଥିରେ ଜିଲ୍ଲା ସୂଚନା ଓ ଲୋକସମ୍ଫର୍କ ଅଧିକାରୀ ସାଧାରଣତନ୍ତ୍ର ଦିବସର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସକାଳ ୮ଟା ୩୦ ମିନିଟରେ ମୁଖ୍ୟଅତିଥି ନେହେରୁ ଷ୍ଟାଡ଼ିୟମଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବେ। ଏହାସହ ବିଭିନ୍ନ ପ୍ରଜ୍ଞାପନ ମେଢ ପ୍ରଦର୍ଶନ, ଚିତ୍ରକଳା ପ୍ରଦର୍ଶନ, ରକ୍ତଦାନ ଶିବିର ସହ ଡ଼ାକ୍ତରଖାନାରେ ରୋଗୀଙ୍କୁ ଫଳବଣ୍ଟନ କରାଯିବା ନେଇ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ