ଭଦ୍ରକ: ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତ କସ୍ତୁରୀକଣ ଗାଁରୁ ବିରଳ ପ୍ରଜାତିର ସୁନେଲି ରଙ୍ଗର ଏକ କଇଁଛ ଉଦ୍ଧାର କରାଯାଇଛି । କସ୍ତୁରୀକଣର ଜଣେ ଶିକ୍ଷକ ସୁକୁମାର ସିଂ ଏହି ବିରଳ ପ୍ରଜାତିର କଇଁଛକୁ ତାଙ୍କ ଘର ନିକଟରୁ ଉଦ୍ଧାର କରିଥିବା ଜଣାପଡିଛି । ଉଦ୍ଧାର କଇଁଛର ଓଜନ 2 କେଜି ରହିଛି। ଏହି ପ୍ରଜାତି ଏକ ବିରଳ ପ୍ରଜାତି ହୋଇଥିବାବେଳେ ଏମାନେ ଖୁବ ସଂଖ୍ୟାରେ ଦେଖିବାକୁ ମିଳନ୍ତି ।
ଜଳବାୟୁ ପରିବର୍ତ୍ତନ ପାଇଁ ଏଭଳି ବିରଳ ପ୍ରଜାତିର କଇଁଛ ଜନ୍ମ ହୋଇଥାଏ ବୋଲି ସୂଚନା ମିଳିଛି। ଶିକ୍ଷକ ଜଣକ କଇଁଛକୁ ବନବିଭାଗକୁ ହନ୍ତାନ୍ତର କରିବା ପରେ ବନ ବିଭାଗ ନିକଟସ୍ଥ ବୈତରଣୀ ନଦୀରେ ଛାଡିଥିବା ଜଣାପଡିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ