ETV Bharat / state

ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ - ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ

ଧାମନଗର ଉପନିର୍ବାଚନ । ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ । ଅଧିକ ପଢନ୍ତୁ

ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ

author img

By

Published : Oct 14, 2022, 2:04 PM IST

ଭଦ୍ରକ: ଧାମନଗର ଉପନିର୍ବାଚନ ଲାଗି ସ୍ବାଧୀନ ପ୍ରାର୍ଥୀ ଭାବେ ଅସନ୍ତୁଷ୍ଟ ବିଜେଡି ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିଜ ବାସଭବନରୁ ସମର୍ଥକଙ୍କ ଗହଣରେ ଏକ ନିରାଡମ୍ବର ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି(Rajendra Das Files Nomination As Independent Candidate) । ବିଜେଡି ପକ୍ଷରୁ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜେନ୍ଦ୍ର ଦାସ ସ୍ବାଧୀନ ଭାବେ ନିର୍ବାଚନ ଲଢିବେ ବୋଲି ଆଲୋଚନା ହେଉଥିଲା । ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅସନ୍ତୁଷ୍ଟ ବିଜେଡି ନେତା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାଜେନ୍ଦ୍ର ଦାସ

ସୂଚନାଯୋଗ୍ୟ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଅଣଦେଖା କରି ବିଜେଡି ତିହିଡ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ଟିକେଟ୍ ଆଶାୟୀ ଥିବା ରାଜେନ୍ଦ୍ରଙ୍କୁ ଏହା ବଡ ଝଟ୍‌କା ଦେଇଥିଲା । ତାଙ୍କ ସମର୍ଥକ ମଧ୍ୟ ଏହାକୁ ସହଜରେ ଗ୍ରହଣ କରିପାରିନଥିଲେ । ସବୁଠୁ ବଡ କଥା ହେଲା, ଅସନ୍ତୁଷ୍ଟ ନେତା ଦଳୀୟ ପ୍ରାର୍ଥୀ ଅବନ୍ତୀଙ୍କୁ ସମର୍ଥନ କରିବେ ବୋଲି ଗଣମାଧ୍ୟମ ଆଗରେ କହିଥିଲେ । ମାତ୍ର ଏହାର ଦିନକ ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା ।

ଏହାମଧ୍ୟ ପଢନ୍ତୁ: ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାରେ ୧୦ କୋଟି ୩୫ ଲକ୍ଷର ବ୍ୟବସାୟ

ଭୁବନେଶ୍ବରରୁ ଫେରିବା ପରେ ଗତକାଲି ଦିନ ତମାମ୍ ରାଜେନ୍ଦ୍ରଙ୍କ ଭଦ୍ରକ ସ୍ଥିତ ବାସଭବନରେ ସମର୍ଥକ ମାନଙ୍କର ଭିଡ଼ ଜମିଥିଲା । ତାଙ୍କ ସମର୍ଥକମାନେ ଦଳର ପ୍ରାର୍ଥୀ ଘୋଷଣାକୁ ବିରୋଧ କରି ବିଦ୍ରୋହ କରିଥିଲେ । ତେବେ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକଙ୍କ ମାନଭଂଜନ ପାଇଁ ଉଦ୍ୟମ ମଧ୍ୟ କରାଯାଇଥିଲା । କିନ୍ତୁ ସମର୍ଥକଙ୍କ ସହ ଘନ ଘନ ବୈଠକ ପରେ ଶେଷରେ ଆଜି ରାଜେନ୍ଦ୍ର ଦାସ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ମଧ୍ୟ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଆସନ୍ତା ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ହେବାକୁ ଯାଉଛି । ବିଜେପି ପକ୍ଷରୁ ଦିବଙ୍ଗତ ନେତା ତଥା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡିରୁ ଅବନ୍ତୀ ଦାସଙ୍କୁ ଟିକେଟ୍ ମିଳିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.