ଭଦ୍ରକ: ଚଞ୍ଚକତା କରି ସରକାରୀ ସମ୍ପତ୍ତି ହାତେଇବା ଅଭିଯୋଗ । ଏନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ । ଖବର ଅନୁଯାୟୀ ଚାନ୍ଦବାଲି ତହସିଲ ଅନ୍ତର୍ଗତ ବାଲିଗାଁ ମୌଜାରେ ଚାରି ଏକର ପରିମିତ ଏହି ସରକାରୀ ଜମି ।
ଯାହାକି ଗ୍ରାମ୍ୟ ଶ୍ମଶାନ ଓ ଜଳଜମି କିସମ ବୋଲି ଜଣାପଡିଛି । ହେଲେ କିଛି ଲୋକେ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ ଦ୍ଵାରା ଚକ୍ରାନ୍ତ କରି, କିସମ ପରିବର୍ତ୍ତନ କରିବା ସହ ନିଜ ନାମରେ ଜମିକୁ ହାତେଇବା ପାଇଁ ପ୍ରୟାସ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଏନେଇ ଖବର ପାଇ ସ୍ଥାନୀୟ ପାଞ୍ଚଟି ଗାଁର ବାସିନ୍ଦା ଆଜି(ଶନିବାର) ଚାନ୍ଦବାଲି ତହସିଲଦାରଙ୍କୁ ଏନେଇ ଅଭିଯୋଗ କରିଛନ୍ତି । ଏହାସହ ଗ୍ରାମବାସୀଙ୍କ ହିତ ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ