ETV Bharat / state

ଶ୍ରୀରାମ ମହୋତ୍ସବ ପାଇଁ ପ୍ରସ୍ତୁତ ହେଉଛି ଭଦ୍ରକ

author img

By

Published : Mar 17, 2022, 9:31 AM IST

ଭଦ୍ରକର ପ୍ରସିଦ୍ଧ ଶ୍ରୀରାମନବମୀ ମହୋତ୍ସବ ପାଇଁ ଶ୍ରୀରାମ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ମହୋତ୍ସବ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିବା ନେଇ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ

Sri RamaNabami festival
Sri RamaNabami festival

ଭଦ୍ରକ: ଆଉ ଦିନ କେଇଟା ପରେ ଶ୍ରୀରାମ ନବମୀ । ରାମନବମୀରେ ଭଦ୍ରକ ମହୋତ୍ସବ ପାଳନ କରାଯାଏ । ଏହି ମହୋତ୍ସବ ପାଇଁ ଭଦ୍ରକବାସୀଙ୍କ ମନରେ ରହିଥାଏ ଖୁସି । ରାମନବମୀ ପାଇଁ ଘରେ ଘରେ ପ୍ରସ୍ତୁତି ଆରମ୍ଭ ହେଲାଣି । ତେବେ ଏଥର କିଭଳି ଭାବେ ମହୋତ୍ସବ ସୁରୁଖୁରରେ ହେବ ସେନେଇ ଶ୍ରୀରାମ ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ରାୟରମାନନ୍ଦ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଶ୍ରୀରାମ ନବମୀ ମହୋତ୍ସବ ପାଇଁ ସମୟ ନିର୍ଦ୍ଧାରଣ କରାଯାଇଥିବା ନେଇ ସାମ୍ବାଦିକଙ୍କୁ ସୂଚନା ଦିଆଯାଇଛି ।

Sri RamaNabami festival

ଆସନ୍ତା ଏପ୍ରିଲ ମାସ 2 ତାରିଖ ଠାରୁ ଆରମ୍ଭ ହୋଇ 10 ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ । ଏଥିପାଇଁ ସମିତି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏପ୍ରିଲ ମାସ 2 ତାରିଖ ଦିନ ଗୋ-ପୂଜନ ଓ ସାଧୁ ସନ୍ଥମାନଙ୍କ ସମ୍ମିଳନୀ ହେବ । ପରେ 4 ତାରିଖରୁ 10 ତାରିଖ ପର୍ଯ୍ୟନ୍ତ ମୀନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। 8 ତାରିଖ ଦିନ ମା’ ବିରଜା, ମା’ ଭଦ୍ରକାଳୀ ଓ ବାବା ଆଖଣ୍ଡଳମଣୀଙ୍କ ପାଖରୁ ଆଜ୍ଞାମାଳ ଆସିବ। ସେହିଦିନ 108 କଳସ ଶୋଭାଯାତ୍ରା କରାଯିବ ସହିତ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା ସହ ଯଜ୍ଞ ପାଠ କରାଯିବ।

ଶେଷରେ 10 ତାରିଖ ଦିନ ବିଶାଳ ସଂକୀର୍ତ୍ତନ ଶୋଭାଯାତ୍ରା ସହର ପରିକ୍ରମା କରାଯିବ ବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଶ୍ରୀରାମ ସମିତିର ଉପସଭାପତି, ଉପଦେଷ୍ଟା ସଂଗ୍ରାମ ଆଚାର୍ଯ୍ୟଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.