ETV Bharat / state

ଲଘୁଚାପ ବର୍ଷା ପାଇଁ ପ୍ରସ୍ତୁତ ଭଦ୍ରକ - Rain in Bhdrak

ଲଘୁଚାପ ଜନିତ ବରଷାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଭଦ୍ରକ ଜିଲ୍ଲା ପ୍ରଶାସନ । ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସହ ଲୋକଙ୍କ ସୁପକ୍ଷା ଉପରେ ଧ୍ୟାନ ଦିଆଯାଇଥିବା କହିଲେ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ...

precautionary majors for rain, bhadrak rain, bhadrak administration, ବର୍ଷା ପାଇଁ ପ୍ରସ୍ତୁତ ଭଦ୍ରକ, ଲଘୁଚାପ ଜନିତ ବର୍ଷା, Rain in Bhdrak, ଭଦ୍ରକ ଜିଲ୍ଲା ପ୍ରଶାସନ
ଲଘୁଚାପ ବର୍ଷା ପାଇଁ ପ୍ରସ୍ତୁତ ଭଦ୍ରକ
author img

By

Published : Jun 11, 2021, 7:54 PM IST

ଭଦ୍ରକ: ଲଘୁଚାପ ଜନିତ ପ୍ରବଳ ଲଗାଣ ବର୍ଷା ନେଇ ପୂର୍ବ ପ୍ରସ୍ତୁତି ସାରିଛି ଭଦ୍ରକ ଜିଲ୍ଲା ପ୍ରଶାସନ। ସ୍ବତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶନ କ୍ରମେ ସମସ୍ତ ପ୍ରକାର ପଦକ୍ଷେପ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ।

ଲଘୁଚାପ ବର୍ଷା ପାଇଁ ପ୍ରସ୍ତୁତ ଭଦ୍ରକ

ଖବର ଅନୁଯାୟୀ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ବର୍ଷା ଜଳ ନିଷ୍କାସନ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାଳନ୍ଦୀ ଜଳସେଚନ ବିଭାଗ, ଡ୍ରେନେଜ ବିଭାଗ ତଥା ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଲଘୁଚାପ ଜନିତ ପ୍ରବଳ ଲଗାଣ ବର୍ଷା ସମୟରେ ସମ୍ପୂର୍ଣ୍ଣ ଭାବେ ସତର୍କ ରହି ବିହିତ ପଦକ୍ଷେପ ନେବାକୁ କୁହାଯାଇଛି।

ଏଥିସହ ଜିଲ୍ଲାରେ ଏକ ଚବିଶ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମଧ୍ୟ ଖୋଲାଯାଇଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ତେବେ ଯେଉଁଠାରେ ବର୍ଷା ପ୍ରଭାବରେ ଘର ଭାଙ୍ଗିବା ନେଇ ଆଶଙ୍କା ପ୍ରକାଶ ପାଇବ ତଥା ଲୋକ ମାନେ ଜଳବନ୍ଦୀ ହେବା ପରିସ୍ଥିତି ସୃଷ୍ଟି ହେବ, ସେଠାରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ରହିଛି । ମୋଟାମୋଟି ସ୍ବତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ନ ଲଘୁଚାପ ଜନିତ ପ୍ରବଳ ଲଗାଣ ବର୍ଷାର ମୁକାବଲା କରିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.