ETV Bharat / state

ଥାନା ଅଧିକାରୀଣିଙ୍କ ଦାଦାଗିରି, ପୋଲିସ- ଜନତା ମୁହାଁମୁହିଁ - ପୁରୁଣା ବଜାର ଥାନା ଅଧିକାରୀଣି ପ୍ରଜ୍ଞା ମହାନ୍ତି

ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ପୋଲିସକୁ ସରଳ ସହାନୁଭୂତି ହେବାକୁ ପରାମର୍ଶ ଦେଉଥିବା ବେଳେ ପୋଲିସ କିନ୍ତୁ ଜାରି ରଖିଛି ନିଜ ପୋଲିସଗିରି । ଯାହାର ପରିଣାମ ହେଲା ପୋଲିସ ଜନତା ମଧ୍ୟରେ ଖଣ୍ଡଯୁଦ୍ଧ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Sep 17, 2019, 7:50 AM IST

Updated : Sep 17, 2019, 8:04 AM IST

ଭଦ୍ରକ: ପୁଣି ଥରେ ପୋଲିସ-ପବ୍ଲିକ ମୁହାଁମୁହିଁ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୁରୁଣା ବଜାର ଅନ୍ତର୍ଗତ ପୁରୁଣା ବଜାର ଛକରେ ।

ଘଟଣା ଅନୁସାରେ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ଯାଇ ପୁରୁଣା ବଜାର ଥାନା ଅଧିକାରୀଣି ପ୍ରଜ୍ଞା ମହାନ୍ତି ଜଣେ କପଡା ବ୍ୟବସାୟୀଙ୍କୁ ର୍ଦୁବ୍ୟବହାର କରିବା ସହ ତାଙ୍କ ସମସ୍ତ କପଡା ଫୋପାଡି ଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯିବା ସହ ଲୋକେ ଥାନା ଅଧିକାରୀଣିଙ୍କ କାର୍ଯ୍ୟକୁ ବିରୋଧ କରି ରାସ୍ତାରୋକ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଖାଲି ଏତିକି ନୁହେଁ ଉତ୍ୟକ୍ତ ଲୋକେ ପୋଲିସ ଉପରକୁ ଢେଲା ପଥର ମାଡ ମାରିବା ଆରମ୍ଭ କରିଥିଲେ । ପରସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ମୃଦୁ ଲାଠି ଚାଳନା କରିଥିଲା । ପୋଲିସର ଲାଠି ମାଡରେ ଅଲାଲପୁର ଅଞ୍ଚଳର ଶେଖ ରାଜୁ ଆହତ ହୋଇଥିଲେ । ଆହତ ରାଜୁଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଘଟଣାର ଖବର ପାଇ ଭଦ୍ରକ ଗସ୍ତରେ ଥିବା ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏହାସହ ଲୋକଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନିବେଦନ କରିଥିଲେ ।

ପରେ ଘଟଣାର ଗୁରୁତ୍ବକୁ ଦେଖି ପୁରୁଣା ବଜାର ଥାନା ଅଧିକାରୀଣି ପ୍ରଜ୍ଞା ମହାନ୍ତିଙ୍କୁ ତୁରନ୍ତ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଥିଲେ । ତାଙ୍କ ସ୍ଥାନରେ ରତିକାନ୍ତ ଗିରିଙ୍କୁ ପୁରୁଣା ବଜାର ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : POLICE PUBLIC
FORMAT : AVB
REPORT : DEBASIS MOHAPATRA / BHADRAK
DATE : 16.09.2019

ANCHOR : ପୁରୁଣାବଜ଼ାର ଥାନା ଅନ୍ତର୍ଗତ ପୁରୁଣାବଜ଼ାର ଛକ ନିକଟରେ ଟ୍ରାଫିକ ନିୟନ୍ତ୍ରଣ ସମୟରେ ସ୍ଥାନୀୟ ଜଣେ ଲୁଗା ବ୍ୟବସାଇଙ୍କୁ ପୁରୁଣାବଜ଼ାର ଥାନା ଅଧିକାରିଣୀ ପ୍ରଜ୍ଞା ମହାନ୍ତି ର୍ଦୁବ୍ୟବହାର କରିବା ସହ ତାଙ୍କ ଦୋକାନରେ ଥିବା ଲୁଗା ଗୁଡିକୁ ଫୋପାଡ଼ି ଦେଇଥିଲେ। Body:ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି ଉତେଜନା। ଥାନା ଅଧିକାରୀଣି ଙ୍କ ମାତ୍ରାଧିକ କାର୍ଯ୍ୟକଳାପ କୁ ବିରୋଧ କରି ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ।ଏହି ପ୍ରତିବାଦ ପରେ ଉତ୍ତେଜନାର ରୂପନେବା ସହ ଉତ୍ତେଜିତ ଲୋକେ ରାସ୍ତା ଅବରୋଦ୍ଧ କରି ପୋଲିସ କୁ ଢେଲା ପଥର ମାଡ କରିଥିଲେ। ପରେ ପୋଲିସ ପରିସ୍ଥିତିକୁ ଆୟତ୍ତ୍ବ କରିବାକୁ ଯାଇ ମୃଦୁ ଲାଠିଚାଳନା କରିଥିଲା। ଏହି ଲାଠିଚାଳନା ରେ ଜଣେ ଆହାତ ହୋଇଥିବା ସୂଚନା ମିଳିଛି। ଆହାତ ସେଖ ରାଜୁ ଙ୍କ ଘର ଅଲାଲପୁର ଅଞ୍ଚଳରେ। ସେ ବର୍ତ୍ତମାନ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି। ଏପଟେ ଆଜି ପୁରୁଣା ବଜର ମଠରେ ବୁଢାଗଣେଶ କମିଟି ପକ୍ଷରୁ ଆୟୋଜିତ ବନ୍ଧୁମିଳନ ଉତ୍ସବରେ ଯୋଗଦେବାକୁ ଆସିଥିଲେ ପୂର୍ବାଞ୍ଚଳ ଆଇ.ଜି ଦିପ୍ତେଶ ପଟ୍ଟନାୟକ। ଏଭଳି ଅପ୍ରିତିକର ଘଟଣାର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ ଆଇ.ଜି ଓ ପୋଲିସ ଏସ.ପି। ତେବେ ପୋଲିସର ମାତ୍ରଧିକ କାର୍ଯ୍ୟା ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯିବା ସହ ବରିଷ୍ଠ ପୋଲିସ ଅଧିକାରୀ ମାନେ ପହଁଚି ଲୋକଙ୍କୁ ବୁଝା ସୁଝା କରୁଥିବା ସୂଚନା। ଏନେଇ ଆଇ.ଜି ଙ୍କ ନିର୍ଦେଶରେ ପୁରୁଣାବଜ଼ାର ଥାନା ଅଧିକାରିଣୀ ପ୍ରଜ୍ଞା ମହାନ୍ତି ଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇ ତାଙ୍କ ସ୍ଥାନରେ ରତିକାନ୍ତ ଗିରି ଙ୍କୁ ଅବସ୍ଥାପିତ କରାଯାଇଛି।
Bite : ଦିପ୍ତେଶ ପଟ୍ଟନାୟକ_ପୂର୍ବାଞ୍ଚଳ ଆଇ.ଜି Conclusion:
Last Updated : Sep 17, 2019, 8:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.