ETV Bharat / state

ଭଦ୍ରକ ଗସ୍ତ କରି ପୋଲିସଙ୍କ କାର୍ଯ୍ୟ ସମୀକ୍ଷା କଲେ ପୋଲିସ ଡିଜି - police dg in bhadrak

ଭଦ୍ରକ ଜିଲ୍ଲାରେ ପୋଲିସ କର୍ମଚାରୀ ମାନଙ୍କୁ କୋଭିଡ ସମୟରେ କାମ କରିବାକୁ ଉତ୍ସାହିତ କରିବା ଓ ସେମାନଙ୍କ ସହିତ ଆଲୋଚନା ପାଇଁ ପୋଲିସ ଡିଜି ଅଭୟ ଭଦ୍ରକ ଜିଲ୍ଲା ଗସ୍ତରେ ଆସିଥିଲେ । ଅଧିକ ପଢନ୍ତୁ...

ପୋଲିସ ଡିଜିଙ୍କ ଭଦ୍ରକ ଗସ୍ତ
ପୋଲିସ ଡିଜିଙ୍କ ଭଦ୍ରକ ଗସ୍ତ
author img

By

Published : Apr 25, 2021, 4:39 PM IST

ଭଦ୍ରକ: ଜିଲ୍ଲାରେ ପୋଲିସ କର୍ମଚାରୀ ମାନଙ୍କୁ କୋଭିଡ ସମୟରେ କାମ କରିବାକୁ ଉତ୍ସାହିତ କରିବା ଓ ସେମାନଙ୍କ ସହିତ ଆଲୋଚନା ପାଇଁ ପୋଲିସ ଡିଜି ଅଭୟ ଭଦ୍ରକ ଜିଲ୍ଲା ଗସ୍ତରେ ଆସିଥିଲେ । ସେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର କୋଭିଡ ସ୍ଥିତି ଓ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ ।

ପୋଲିସ ଡିଜିଙ୍କ ଭଦ୍ରକ ଗସ୍ତ

ଭଦ୍ରକ ଜିଲ୍ଲାରେ କ୍ରମାଗତ ଭାବେ କୋଭିଡ ପଜିଟିଭ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ତେବେ ଏହି ସଂକ୍ରମଣକୁ ରୋକିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ସହ ଏନ୍ଫୋର୍ସମେଣ୍ଟ କାର୍ଯ୍ୟ କରାଯାଉଛି । ତେବେ କରୋନା ମହାମାରୀର ଦ୍ଵିତୀୟ ଲହରୀ ମୁକାବିଲାରେ ଭଦ୍ରକ ପୋଲିସ ଭଲ କାର୍ଯ୍ୟକ୍ରମ କରିବା ସହିତ ଭଦ୍ରକ ଜନସାଧାରଣ ପୋଲିସ ପ୍ରଶାସନକୁ ସହଯୋଗ କରୁଥିବା କଥା ଡିଜି ଅଭୟ କହିଛନ୍ତି ।

ଏଥିସହ ଭଦ୍ରକ ଜିଲ୍ଲାରେ ବିଭିନ୍ନ ସୀମାକୁ ଜଗିବା ପାଇଁ 7 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତିି । ତେବେ ବର୍ତମାନ ସୁଦ୍ଧା 49ଟି ଟ୍ୟାଙ୍କର ଯୋଗେ 869 ମେଟ୍ରିକ ଟନ ଅକ୍ସିଜେନ ବର୍ତମାନ ସୁଦ୍ଧା ଉତ୍ତରପ୍ରଦେଶ, ହରିୟାନା , ମଧ୍ୟପ୍ରଦେଶ, ତେଲେଙ୍ଗାନା, ଦିଲ୍ଲୀ ଆଦି ରାଜ୍ୟକୁ ପଠା ସରିଛି । ଏହିସବୁ ଅକ୍ସିଜେନ ଅନୁଗୋଳ, ଯାଜପୁର, ଢେଙ୍କାନାଳ, ରାଉରକେଲା ଆଦି ସ୍ଥାନରୁ ଯାଉଛି । ସେଥିପାଇଁ ପୋଲିସ ଏଡିଜିିଙ୍କ ନେତୃତ୍ତ୍ବରେ ସୁରକ୍ଷିତ ଭାବେ ରାଜ୍ୟ ବର୍ଡର ପର୍ଯ୍ୟନ୍ତ ପଠାଇବାର ସୁବ୍ୟବସ୍ଥା କରାଯାଇଛିି ।

ସେହିପରି ପ୍ରତ୍ୟେକ ଜିଲ୍ଲାରେ ଏସ୍ପିଙ୍କ ନେତୃତ୍ତ୍ବରେ ମଧ୍ୟ ସ୍ୱତନ୍ତ୍ର ଟିମ ମେଡିକାଲ ଅକ୍ସିଜେନକୁ ତଦାରଖ କରୁଥିବା କଥା ଏଡିଜି ଯଶୱନ୍ତ ଜେଠୱା କହିଛନ୍ତି । ଆଜିର ଏହି ପୋଲିସ ମହାନିର୍ଦ୍ଦେଶକଙ୍କ ଗସ୍ତ ସମୟରେ ଭଦ୍ରକ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ, ପୋଲିସ ଡିଜି ଅଭୟ କୋଭିଡ ସ୍ଥିତି ଓ ପୋଲିସର କାର୍ଯ୍ୟକ୍ରମ ନେଇ କରିଥିବା ସମୀକ୍ଷା ସମୟରେ ଏଡିଜି ଯଶୱନ୍ତ ଜେଠୱା, ପୂର୍ବାଞ୍ଚଳ ଆଇଜି ଦୀପତେଶ ପଟ୍ଟନାୟକ ଓ ଭଦ୍ରକ ଏସ.ପି ଚରଣ ସିଂ ମିନାଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.