ETV Bharat / state

216 କର୍ତ୍ତବ୍ୟନିଷ୍ଠ ପୋଲିସ ଅଧିକାରୀ ସମ୍ମାନିତ, ଭଦ୍ରକରୁ ସର୍ବାଧିକ

ପୋଲିସ ମହାନିର୍ଦ୍ଦେଶକ କାର୍ଯ୍ୟାଳୟରେ ୭୫ତମ ସ୍ବାଧୀନତା ଦିବସ ପାଳନ କରାଯାଇଛି । ଏହି ଅବସରରେ ୨୧୬ କର୍ତ୍ତବ୍ୟନିଷ୍ଠ ପୋଲିସ ଅଧିକାରୀଙ୍କୁ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ...

216 କର୍ତ୍ତବ୍ୟନିଷ୍ଠ ପୋଲିସ ଅଧିକାରୀଙ୍କୁ ସମ୍ମାନିତ କଲେ ଡିଜି

author img

By

Published : Aug 15, 2021, 6:54 PM IST

ଭଦ୍ରକ: ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୋଲିସ ଅଧିକାରୀ ତଥା କର୍ମଚାରୀଙ୍କୁ ସେମାନଙ୍କ କର୍ତ୍ତ୍ୟବନିଷ୍ଠ, କାର୍ଯ୍ୟଦକ୍ଷତା ଓ କୋରୋନା କାଳରେ ପ୍ରଶଂସନୀୟ ପଦକ୍ଷେପ ପାଇଁ ସେମାନଙ୍କୁ ପୁରସ୍କୃତ କରାଯାଇଛି ।

216 କର୍ତ୍ତବ୍ୟନିଷ୍ଠ ପୋଲିସ ଅଧିକାରୀ ସମ୍ମାନିତ, ଭଦ୍ରକରୁ ସର୍ବାଧିକ
216 କର୍ତ୍ତବ୍ୟନିଷ୍ଠ ପୋଲିସ ଅଧିକାରୀ ସମ୍ମାନିତ, ଭଦ୍ରକରୁ ସର୍ବାଧିକ

ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଗତ ଅଗଷ୍ଟ 13 ତାରିଖରେ ଏକ 116 ଜଣିଆ ପୋଲିସ ଅଧିକାରୀ ତଥା କର୍ମଚାରୀଙ୍କୁ ମନୋନୀତ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିମଧ୍ୟରୁ 4 ଜଣ ଭଦ୍ରକ ଜିଲ୍ଲାର ବୋଲି ଜଣାପଡିଛି । ଏହାସହିତ ପୋଲିସ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ବିଭିନ୍ନ ବର୍ଗର ପୋଲିସ ଅଧିକାରୀଙ୍କୁ ସେମାନଙ୍କ କାର୍ଯ୍ୟଦକ୍ଷତା ପାଇଁ ଚଳିତ ବର୍ଷ ଅଗଷ୍ଟ 11 ତାରିଖରେ 100 ଜଣ ପୋଲିସକର୍ମୀଙ୍କୁ ମନୋନୀତ କରି ପ୍ରଶଂସାପତ୍ର ତଥା ପୁରସ୍କାର (DGP's DISC) ପ୍ରଦାନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିମଧ୍ୟରୁ ଜଣେ ଭଦ୍ରକ ଜିଲ୍ଲାର ରହିଛନ୍ତି ।

ମୋଟାମୋଟି ଭଦ୍ରକ ଜିଲ୍ଲାର 5 ଜଣଙ୍କ ସହ ରାଜ୍ୟର ମୋଟ 216 କର୍ତ୍ତବ୍ୟନିଷ୍ଠ ପୋଲିସ ଅଧିକାରୀଙ୍କୁ ପୋଲିସ ମହାନିର୍ଦ୍ଦେଶକ ଅଭୟ ପୁରସ୍କାର ପ୍ରଦାନ କରିଛନ୍ତି । କୋରୋନା କଟକଣା ପାଇଁ ଆଜି କେବଳ (DGP's DISC) ପ୍ରଶଂସା ପତ୍ର ତଥା ପୁରସ୍କାର ଭୁବନେଶ୍ଵରରେ ପ୍ରଦାନ କରାଯାଉଛି । ତେଣୁ ଏନେଇ ମନୋନୀତ ହୋଇଥିବା ଜିଲ୍ଲା ସାଇବର ସେଲର କନଷ୍ଟେବଳ ଜନ୍ମଜୟ ବଳ ଭୁବନେଶ୍ଵର ଯାଇଛନ୍ତି । ସେପଟେ ମହାମାରୀ ପାଇଁ (DGP's COMMENDATION) ପ୍ରଶଂସା ପତ୍ର ତଥା ପୁରସ୍କାର ମନୋନୀତ ପୋଲିସ ଅଧିକାରୀଙ୍କୁ ସେମାନଙ୍କ ଜିଲ୍ଲାରେ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

ଏହି କ୍ରମରେ ଭଦ୍ରକ ଜିଲ୍ଲାର ଅନ୍ୟ 4 ଜଣଙ୍କୁ ପରବର୍ତ୍ତୀ ସମୟରେ ଏହା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ଭଦ୍ରକ ଜିଲ୍ଲାରୁ ମନୋନୀତ ହୋଇଥିବା ପୋଲିସ ଅଧିକାରୀ ତଥା କର୍ମଚାରୀ ମାନେ ହେଲେ ଭଦ୍ରକ SDPO ସାର୍ଥକ ରାୟ, ସବଇନ୍ସପେକ୍ଟର ଦେବରାଜ ଜେନା, ASI ତପନ କୁମାର ସ୍ଵାଇଁ ଓ ସାଇବର ସେଲ୍ କନେଷ୍ଟବଳ ଜୟ ପ୍ରକାଶ ସେନାପତି । ତେବେ ଏନେଇ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.