ETV Bharat / state

ପୋଲିସର ଦାଦାଗିରି; ଆଖଣ୍ଡଳମଣି ପୀଠରେ ସେବାୟତଙ୍କୁ ମାଡ - ସେବାୟତଙ୍କୁ ମାଡ ମାରିଛି ପୋଲିସ

ଖାକିର ତାକତ ଦେଖାଇଛି ପୋଲିସ, ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାବା ଆଖଣ୍ଡଳମଣି ପୀଠରେ ସେବାୟତଙ୍କୁ ମାଡ ମାରିଲେ ପୋଲିସ । ଏହାର ପ୍ରତିବାଦରେ ସେବାୟତ ମାନେ ମନ୍ଦିର ନୀତିକାନ୍ତି ବନ୍ଦ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଦେବାଶିଷ ମହାପାତ୍ର
author img

By

Published : Sep 3, 2019, 5:43 PM IST

ଭଦ୍ରକ: ପୁଣି ଖାକିର ତାକତ ଦେଖାଇଛି ପୋଲିସ । ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାବା ଆଖଣ୍ଡଳମଣି ପୀଠରେ ସେବାୟତଙ୍କୁ ମାଡ ମାରିଛି ପୋଲିସ । ଏହାର ପ୍ରତିବାଦରେ ସେବାୟତଙ୍କ ପକ୍ଷରୁ ସେବା ପୂଜା ବନ୍ଦ ପରେ ଅଭିଯୁକ୍ତ କନେଷ୍ଟବଲଙ୍କୁ ଅନ୍ୟତ୍ର ବଦଳି କରିବା ପରେ ସ୍ଥିତି ସାମାନ୍ୟ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଦେବାଶିଷ ମହାପାତ୍ର

ସୂଚନା ଅନୁଯାୟୀ ସୋମବାର ଦିନ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ପୀଠରେ ଦୈନନ୍ଦିନ ନୀତିକାନ୍ତି ସହ ଗଣେଶ ପୂଜା ପାଇଁ ପୂଜାର୍ଚ୍ଚନା ଚାଲିଥିଲା । ଏହି ସମୟରେ ସାମାନ୍ୟ କଥାକୁ କେନ୍ଦ୍ରକରି ମନ୍ଦିର ମଧ୍ୟରେ ସଞ୍ଜୟ ପଣ୍ଡା ନାମକ ଜଣେ ସେବାୟତଙ୍କୁ ଆରଡ଼ି ଫାଣ୍ଡିର କାର୍ଯ୍ୟରତ କନେଷ୍ଟବଲ ମୋହନ ପୁହାଣ ମାଡ ମାରିଥିଲେ । ଏହାର ପ୍ରତିବାଦରେ ସେବାୟତଙ୍କ ପକ୍ଷରୁ ସମ୍ପୃକ୍ତ କନେଷ୍ଟବଲଙ୍କୁ ନିଲମ୍ବନ ଦାବୀ ନେଇ ମନ୍ଦିର ନୀତିକାନ୍ତି ବନ୍ଦ କରିଥିଲେ ।

ଏହାପରେ ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶରେ ଧୁଷୁରୀ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସେବାୟତଙ୍କୁ ବୁଝାସୁଝା କରିବା ସହ ସମ୍ପୃକ୍ତ କନେଷ୍ଟବଲଙ୍କୁ ଅନ୍ୟତ୍ର ବଦଳି କରିବା ପରେ ସ୍ଥିତି ସାମାନ୍ୟ ହୋଇଥିଲା । କିଛି ସମୟ ପାଇଁ ମନ୍ଦିର ନୀତିକାନ୍ତି ବିଳମ୍ବ ହୋଇଥିଲେ ମଧ୍ୟ ପରେ ଏହା ସ୍ବାଭାବିକ ହୋଇଥିଲା । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଚିଭି ଭାରତ

Intro:ପୁଣି ଖାକିର ତାକତ ଦେଖାଇଛି ପୁଲିସ। ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାବା ଆଖଣ୍ଡଳମଣି ପିଠରରେ ସେବାୟତ ଙ୍କୁ ମାଡ ମାରିଲେ ପୁଲିସ ବାବୁ। Body:ପୁଣି ଖାକିର ତାକତ ଦେଖାଇଛି ପୁଲିସ। ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାବା ଆଖଣ୍ଡଳମଣି ପିଠରରେ ସେବାୟତ ଙ୍କୁ ମାଡ ମାରିଲେ ପୁଲିସ ବାବୁ। ପ୍ରତିବାଦରେ ସେବାୟତଙ୍କ ପକ୍ଷରୁ ସେବା ପୂଜା ବନ୍ଦ ପରେ ଅଭିଯୁକ୍ତ କନେଷ୍ଟବଳ ଙ୍କୁ ଅନ୍ୟତ୍ର ବଦଳି କରିବା ପରେ ସ୍ଥିତି ସାମାନ୍ୟ ହୋଇଛି। ସୂଚନା ଅନୁଯାୟୀ ସୋମବାର ଦିନ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ପିଠ ରେ ଦୈନଦିନ ନୀତିକାନ୍ତି ସହ ଗଣେଶ ପୂଜା ପାଇଁ ପୂଜାର୍ଚ୍ଚନା ଚାଲିଥିଲା। ଏହି ସମୟରେ ସାମାନ୍ୟ କଥାକୁ କେନ୍ଦ୍ରକରି ମନ୍ଦିର ମଧ୍ୟରେ ସଞ୍ଜୟ ପଣ୍ଡା ନାମକ ଜଣେ ସେବାୟତଙ୍କୁ ଆରଡ଼ି ଫାଣ୍ଡିର କାର୍ଯ୍ୟରତ କନେଷ୍ଟବଳ ମୋହନ ପୁହାଣ ମାଡ ମାରି ଥିଲେ। ପ୍ରତିବାଦରେ ସେବାୟତଙ୍କ ପକ୍ଷରୁ ସମ୍ପୃକ୍ତ କନେଷ୍ଟବଳ ଙ୍କୁ ନିଲମ୍ବନ ଦାବୀ ନେଇ ମନ୍ଦିର ନୀତିକାନ୍ତି ବନ୍ଦ କରାଯାଇଥିଲା। ଏହାପରେ ଭଦ୍ରକ ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶରେ ଧୁଷୁରୀ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସେବାୟତଙ୍କୁ ବୁଝାସୁଝା କରିବା ସହ ସମ୍ପୃକ୍ତ କନେଷ୍ଟବଳ ଙ୍କୁ ଅନ୍ୟତ୍ର ବଦଳି କରିବା ପରେ ସ୍ଥିତି ସାମାନ୍ୟ ହୋଇଥିଲା। କିଛି ସମୟ ପାଇଁ ନୀତିକାନ୍ତି ବିଳମ୍ବ ହୋଇଥିଲେ ମଧ୍ୟ ପରେ ଏହା ସ୍ବାଭାବିକ ହୋଇଥିଲା। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.