ETV Bharat / state

ନାବାଳିକା ନିଖୋଜ ଘଟଣାକୁ ପୁରିଲା ମାସେ, ପୋଲିସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ

ଗୋପାଳପୁର ଗ୍ରାମର ଗୋବିନ୍ଦ ସୁତାରଙ୍କ ନାବାଳିକା ଝିଅ ନିଖୋଜ ହେବା ଘଟଣା। ପୋଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ । ଅଧିକ ପଢନ୍ତୁ

author img

By

Published : May 5, 2023, 3:53 PM IST

minor girl kidnap case in bhadrak
minor girl kidnap case in bhadrak
ପୋଲିସର କାର୍ଯ୍ୟଶୈଳୀକୁ ନେଇ ଅଭିଯୋଗ

ଭଦ୍ରକ: ଗତ ଏକ ମାସ ହେଲା ନିଖୋଜ ଅଛନ୍ତି ଗୋପାଳପୁର ଗ୍ରାମର ଗୋବିନ୍ଦ ସୁତାରଙ୍କ ନାବାଳିକା ଝିଅ । ମାର୍ଚ୍ଚ 25 ତାରିଖରୁ ନିଖୋଜ ହୋଇଯାଇଥିବା ବେଳେ ଏପର୍ଯ୍ୟନ୍ତ ନାବାଳିକାଙ୍କ କୌଣସି ପତ୍ତା ପାଇନି ପୋଲିସ । ପୋଲିସ ପଦକ୍ଷେପ ଗ୍ରହଣ କରୁନଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି ନିଖୋଜ ନାବାଳିକାଙ୍କ ବାପା।

ଗୋବିନ୍ଦ ସୁତାରଙ୍କ ଝିଅ ସ୍ଥାନୀୟ ବାରିକପୁର ମହାବିଦ୍ୟାଳୟରେ ପାଠ ପଢନ୍ତି । ଗତ ମାର୍ଚ୍ଚ25 ତାରିଖ ଦିନ ଗୋବିନ୍ଦଙ୍କ ଝିଅ କଲେଜରେ ପରୀକ୍ଷା ଦେବା ପାଇଁ କଲେଜକୁ ଯାଇଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ଘରକୁ ଯାଇ ଆଉ ଫେରି ନଥିଲେ । ତାଙ୍କୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ଖୋଜଖବର ନପାଇ ଶେଷରେ ଧାମନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଗୋବିନ୍ଦ ସୁତାର।

ତେବେ ଜଳମଣ୍ଡୁଅ ଗ୍ରାମ ଡିଗୀ ସାହି ଅଞ୍ଚଳର ଭାଗ୍ଯଧର ନାୟକ କିଛି ସହଯୋଗୀମାନଙ୍କ ସହିତ ତାଙ୍କ ନାବାଳିକା ଝିଅକୁ ଅପହରଣ କରିଥିବା ନେଇ ପରବର୍ତ୍ତୀ ସମୟରେ ଜାଣିବାକୁ ପାଇଥିଲେ ଗୋବିନ୍ଦ ସୁତାର । ନାବାଳିକା ଜଣକ କଲେଜରୁ ଫେରୁଥିବା ବେଳେ ଅପହରଣ କରିବା ସମୟର ଭିଡିଓ ସ୍ଥାନୀୟ ଲୋକଙ୍କ ନିକଟରୁ ଦେଖିବା ପରେ ଗୋବିନ୍ଦ ଏନେଇ ଧାମନଗର ପୋଲିସକୁ ଅବଗତ କରାଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଧାମନଗର ପୋଲିସ ପକ୍ଷରୁ କେବଳ ଏକ ମାମଲା ରୁଜୁ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ଅଭିଯୋଗ କରିଛନ୍ତି ଅପହୃତା ନାବାଳିକାଙ୍କ ବାପା ।

ଅନ୍ୟ ପକ୍ଷରେ ଏପ୍ରିଲ ମାସ 25 ତାରିଖ ଦିନ ଗୋବିନ୍ଦ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ମଧ୍ଯ ନାବାଳିକା ଝିଅ ଅପହରଣ ହୋଇଥିବା ଘଟଣା ନେଇ ଗୁହାରି କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ କୌଣସି ସୁଫଳ ନପାଇବାରୁ ପୁନର୍ବାର ଦ୍ଵିତୀୟ ଥର ଅପହରଣ ଘଟଣା ନେଇ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଗୁହାରି କରିଛନ୍ତି । ଏହି ଅପହରଣ ଘଟଣା କୌଣସି ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ନୁହେଁ ବୋଲି କହିଛନ୍ତି ଗୋବିନ୍ଦ ସୁତାର । ଅନ୍ୟ ପକ୍ଷରେ କିଛି ଦିନ ତଳେ କୌଣସି ଏକ ମୋବାଇଲ ଫୋନରୁ ଫୋନ୍‌ କରି ତାକୁ ଉଦ୍ଧାର କରିବା ପାଇଁ ନାବାଳିକା ଜଣଙ୍କୁ ଆକୁଳ ନିବେଦନ କରିଥିବା କହିଛନ୍ତି ଗୋବିନ୍ଦ । ପୋଲିସ ଯଦି ଏନେଇ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନକରେ, ତାହେଲେ ଆତ୍ମାହୁତି ଦେବେ ବୋଲି ଚେତବନୀ ଦେଇଛନ୍ତି ଅପହୃତା ନାବାଳିକାଙ୍କ ବାପା ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.