ETV Bharat / state

ସାତ ମାସ ପରେ ବି ବାସହରା ବିସ୍ଥାପିତ

ବିସ୍ଥାପିତଙ୍କୁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଘର ଏବଂ ପାଇଖାନା ଯୋଗାଇ ଦେଇନଥିବା ଅଭିଯୋଗ ହୋଇଛି । କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବାରୁ, ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏନଏସି ମୁଖ୍ୟ କିରାଣୀ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Jun 1, 2019, 2:03 AM IST

ଭଦ୍ରକ: ପ୍ରାକୃତିକ ବିପର୍ଯ୍ୟସ୍ତ ନଦୀକୁଳିଆ ଅଧିବାସୀ ବିସ୍ଥାପିତ ହୋଇ ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିଗାଁ ଅନ୍ତର୍ଗତ ଗାନ୍ଧୀନଗର ୱାର୍ଡରେ ଦୀର୍ଘ ବର୍ଷ ଧରି ବସବାସ କରୁଛନ୍ତି ।
ତେବେ ଏମାନଙ୍କୁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଘର ଏବଂ ପାଇଖାନା ଯୋଗାଇ ଦେଇନଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ, ପ୍ରଶାସନ ପକ୍ଷରୁ ସମସ୍ତ 72 ବିସ୍ଥାପିତ ପରିବାରଙ୍କୁ ସ୍ଥାୟୀ ଘରବାଡି ପଟ୍ଟା ପ୍ରଦାନ କରାଯାଇଥିଲା । ଏଥିସହ 15 ନଭେମ୍ବର 2018 ମସିହାରେ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଆବାସ ଯୋଜନାରେ ଘର ଏବଂ ପାଇଖାନା ଯୋଗାଇ ଦିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା ।

7 ମାସ ବିତିଯାଇଥିଲେ ବି ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଏହା ଯୋଗାଇ ଦେଇନଥିବା ବିସ୍ଥାପିତ ଅଭିଯୋଗ କରିଛନ୍ତି ।

ଅନ୍ୟ ପକ୍ଷରେ ଏହାର ପ୍ରତିବାଦରେ ଶୁକ୍ରବାର ସମସ୍ତ ବିସ୍ଥାପିତ ମାନେ ଚାନ୍ଦବାଲି ଏନଏସି କାର୍ଯ୍ୟାଳୟ ଘେରାଉ କରିଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବାରୁ, ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏନଏସି ମୁଖ୍ୟ କିରାଣୀ କହିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଖୁବଶୀଘ୍ର ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେବେ ନବୀନ। ସାଧାରଣ ନିର୍ବାଚନରେ ଉଭୟ ବିଜେପୁର ଓ ହିଂଜିଲିରୁ ଲଢ଼ିଥିଲେ ଓ ଦୁଇଟି ଆସନରୁ ଜିତିଥିବା ନବୀନ ମନସ୍ଥ କରିଛନ୍ତି କି ବିଜେପୁର ଆସନରୁ ବିଧାୟକ ପଦରୁ ଇସ୍ତଫା ଦେବା ପାଇଁ। ଖୁବଶୀଘ୍ର ସେ ବାଚସ୍ପତିନକୁ ତାଙ୍କ ଇସ୍ତଫା ପତ୍ର ଦେବେ। ସେପଟେ ଇସ୍ତଫା ପୂର୍ବରୁ ବିଜେପୁର ପାଇଁ ମାଲ ମାଳ ଯୋଜନା ଘୋଷଣା କରାଯାଇଛି। ଇସ୍ତଫା ଦେବା ପୂର୍ବରୁ ଆଉ କିଛ ପ୍ୟାକେଜ ମଧ୍ୟ ଘୋଷଣା କରିପାରନ୍ତି ରାଜ୍ୟ ସରକାର। ଯାହାକୁ ବିରୋଧୀ ସମାଲୋଚନା କରିଛନ୍ତି। ସରକାରୀ ଟଙ୍କାରେ ନିର୍ବାଚନ ଲଢ଼ିବେ ନବିନଙ୍କ ଏକ ପୁରୁଣା ଅଭ୍ୟାସ ଓ ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ଏପରିକି ନବୀନ କଣ ବିଜେପୁରର ମୁଖ୍ୟମନ୍ତ୍ରୀ ନା 146 ବିଧାନସଭା ର ମୁଖ୍ୟମନ୍ତ୍ରୀ ବୋଲି ସେ କହିଛନ୍ତି। ସେପଟେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ କହିଛନ୍ତି, ନବିନଙ୍କ ଠକାମୀ ଲୋକେ ବୁଝିସାରିଲେଣି। ବିଜେପୁର ବାସୀ ମଧ୍ୟ ଭଲନଭାବେ ଜାଣି ଗଲେଣି। ଏପରିକି ବିଜେପିକୁ ମଧ୍ୟ ବହୁତ ଭୋଟ ବିଜେପୁର ରୁ ମିଳିଛି। ସେମାନେ ନିର୍ବାଚନ ସମୟରେ ଉଚିତ ଜବାବ ଦେବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ବରଗଡ଼ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା କହିଛନ୍ତି, ଏବେ ନୁହେଁ ବିଜେପୁର ପାଇଁ ବହୁ ଆଗରୁ ବିଜୁ ବାବୁଙ୍କ ଅମଳରୁ ଗୁରୁତ୍ୱ ଦିଆଯାଇ ଆସିଛି। ପୂର୍ବରୁ ଅନେକ ଘୋଷଣା କରାଯାଇଛି। ସେଥିରୁ ବହୁତ କାର୍ଯ୍ୟ କରିଛି। ବିଜେପୁର ଏବେ ବିଜେଡି ଫୋକ୍ସରେ ଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ କଳେବଳେ କୌଶଳେ ଲଢ଼ି ଏହି ସିଟ ହାତେଇବା ପାଇଁ ଯୋଜନା ଆରମ୍ଭ କରିଦେଲେଣି।

Body:ବାଇଟ ନିରଂଜନ ପଟ୍ଟନାୟକ, ପିସିସି ସଭାପତି

ବାଇଟ ପୃଥ୍ବୀ ରାଜ ହରିଚନ୍ଦନ, ବିଜେପି ନେତା

ବାଇଟ ବିଜୟ ରଞ୍ଜନ ସିଂ ବରିହା, ବିଜେଡି ବିଧାୟକ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.