ଭଦ୍ରକ: ଜିଲ୍ଲାରେ ପ୍ରଥମ ଦିନ ମୋଟ 432ଟି ନାମାଙ୍କନ ପତ୍ର ଦାଖଲ ହୋଇଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କୋରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ପ୍ରଥମ ଦିନରେ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ନାମାଙ୍କନ ପତ୍ର ଦାଖଲ ପାଇଁ ବ୍ୟବସ୍ଥା କରାଯାଇଛି । ଜିଲ୍ଲାର 28ଟି ଜିଲ୍ଲା ପରିଷଦ ଜୋନ, 218 ଟି ପଞ୍ଚାୟତ ଓ 3056 ଟି ୱାର୍ଡ ମେମ୍ବର ପଦବୀ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା। ଜିଲ୍ଲା ପରିଷଦ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳଙ୍କ ଉପସ୍ଥିତରେ ନାମାଙ୍କନ ଦାଖଲ ହେବ ।
ସେହିପରି ପଞ୍ଚାୟତ ସମିତି ପାଇଁ ନିଜ ନିଜ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିଡ଼ିଓଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କ ପାଇଁ ନାମାଙ୍କନ ପଞ୍ଚାୟତ କାର୍ଯ୍ୟାଳୟରେ କରାଯାଉଛି । କିନ୍ତୁ ନାମାଙ୍କନର ପ୍ରଥମ ଦିନରେ ହାତଗଣତି କେତେକ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । କୋରୋନା କଟକଣା ମଧ୍ୟରେ ସ୍ୱଳ୍ପ ସଂଖ୍ୟକ ସମର୍ଥକଙ୍କୁ ନେଇ ନାମାଙ୍କନ ଭରାଯାଇଛି।
ଏହା ମଧ୍ୟ ପଢନ୍ତୁ: Panchayat Poll: ପ୍ରଥମ ଦିନରେ ୮୭୭୨ ଜଣ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନ
ତେବେ ଆଜି ଏହି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାର ପ୍ରଥମ ଦିନରେ ଜିଲ୍ଲାର କୌଣସି ଜିଲ୍ଲା ପରିଷଦ ଆସନ ପାଇଁ କେହିବି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। ଅନ୍ୟପକ୍ଷରେ ୱାର୍ଡ ମେମ୍ବର ପାଇଁ 376, ସରପଞ୍ଚ ପାଇଁ 39 ଟି ଓ ସମିତି ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ 17 ଟିକୁ ମିଶାଇ ଆଜି ଭଦ୍ରକ ଜିଲ୍ଲାରେ ମୋଟ 432 ଟି ନାମାଙ୍କନ ପତ୍ର ଦାଖଲ ହୋଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ