ETV Bharat / state

ଭଦ୍ରକରେ ଆରମ୍ଭ ହେଲା ଖରିଫ ଧାନ ସଂଗ୍ରହ - paddy procurement start in bhadrak

ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଛି ଖରିଫ ଧାନ ସଂଗ୍ରହ। ଏହି ଉପଲକ୍ଷେ ଭଦ୍ରକ ବ୍ଲକ ଅଧିନସ୍ଥ ଅର୍ଣ୍ଣପାଳ ସେବା ସମବାୟ ସମିତି ଠାରେ ଜିଲ୍ଲାର ପ୍ରଥମ ଧାନ ମଣ୍ଡିର ଶୁଭ ଦିଆଯାଇଛି। ସମ୍ପୂର୍ଣ୍ଣ ପଢନ୍ତୁ...

ଭଦ୍ରକରେ ଆରମ୍ଭ ହେଲା ଖରିଫ ଧାନ ସଂଗ୍ରହ
ଭଦ୍ରକରେ ଆରମ୍ଭ ହେଲା ଖରିଫ ଧାନ ସଂଗ୍ରହ
author img

By

Published : Dec 20, 2020, 8:27 PM IST

ଭଦ୍ରକ: ଆଜି ଠାରୁ ଭଦ୍ରକ ଜିଲ୍ଲାରେ ଆରମ୍ଭ ହୋଇଛି ଖରିଫ ଧାନ ସଂଗ୍ରହ। ଏଥିପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା ହେବା ପରେ ଵିଧିବଦ୍ଧ ଭାବେ ଧାନ ମଣ୍ଡିର ଶୁଭ ଉଦଘାଟନ କରାଯାଇଛି । ଏହି ଉପଲକ୍ଷେ ଭଦ୍ରକ ବ୍ଲକ ଅଧିନସ୍ଥ ଅର୍ଣ୍ଣପାଳ ସେବା ସମବାୟ ସମିତି ଠାରେ ଜିଲ୍ଲାର ପ୍ରଥମ ଧାନ ମଣ୍ଡିର ଶୁଭ ଦିଆଯାଇଛି ।

ଭଦ୍ରକରେ ଆରମ୍ଭ ହେଲା ଖରିଫ ଧାନ ସଂଗ୍ରହ

ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମ ଭକ୍ତ ମିଶ୍ର ଓ ବାଲେଶ୍ବର-ଭଦ୍ରକ କେନ୍ଦ୍ରୀୟ କୋ ଅପରେଟିଭ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା ଯୋଗ ଦେଇ ଏହି ଧାନ ମଣ୍ଡିର ଶୁଭାରମ୍ଭ କରିଥିଲେ।

ଆଜି ଠାରୁ ଏହି ଧାନ ମଣ୍ଡିରେ ଚାଷୀମାନେ ଧାନ ଦେଇପାରିବା ସହିତ ଅନ୍ୟ ମଣ୍ଡିମାନଙ୍କରେ ଧାନ ମଧ୍ୟ ଆଜି ଠାରୁ ସଂଗ୍ରହ ଆରମ୍ଭ ହୋଇଛି। ସେହିପରି ଧାନ ଦେଇ ଚାଷୀମାନେ ଯେପରି ଟଙ୍କା ପାଇବା ପାଇଁ କୌଣସି ଅସୁବିଧାରେ ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ସମବାୟ ସଂସ୍ଥାର ଅଧିକାରୀମାନେ ଯତ୍ନଶୀଳ ହୋଇ କାର୍ଯ୍ୟ କରିବାକୁ ବିଧାୟକ କହିଛନ୍ତି। ଏପରିକି ଯଦି କେହି ଦଲାଲଗିରି କରି ଚାଷୀମାନଙ୍କୁ ହଇରାଣ କରେ ତେବେ ସେମାନେ ଜିଲ୍ଲା ପ୍ରଶାସନକୁ ଜଣାଇ ପାରିବେ ବୋଲି କୁହାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.