ETV Bharat / state

ଭଦ୍ରକରେ ସ୍ଥାନୀୟ ସଂକ୍ରମଣର ସର୍ବାଧିକ ରେକର୍ଡ, ଗୋଟିଏ ଦିନରେ 64 ଚିହ୍ନଟ

author img

By

Published : Aug 10, 2020, 2:55 PM IST

ଆଜି ଭଦ୍ରକରୁ ପୁଣି ନୂତନ କୋରୋନା ଚିହ୍ନଟ ହୋଇଛି । ଗତ 24 ଘଣ୍ଟାରେ 70 ମାମଲା ରିପୋର୍ଟ ହୋଇଥିବାବେଳେ ସେଥିରୁ 64 ଟି ପଜିଟିଭ ମାମଲା କେବଳ ସ୍ଥାନୀୟ ସଂକ୍ରମଣ । ଅଧିକ ପଢନ୍ତୁ...

ଗୋଟିଏ ଦିନରେ 64 ଚିହ୍ନଟ
ଗୋଟିଏ ଦିନରେ 64 ଚିହ୍ନଟ

ଭଦ୍ରକ : ଆଜି ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଚିହ୍ନଟ ହୋଇଥିବା 70 ମାମଲା ମଧ୍ୟରୁ 6 ଜଣ କ୍ବାରେଣ୍ଟାଇନ ହୋଇଥିବାବେଳେ 64 ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ଯାହା ଏବେ ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଆଜି କୋରୋନା ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 985ରେ ପହଞ୍ଚିଛି ।

ସେପଟେ, ଜିଲ୍ଲାରେ ସଂକ୍ରମଣ ବଢୁଥିବା ଦେଖି ଜିଲ୍ଲା ପ୍ରଶାସନ ଏକ ଟ୍ବିଟ କରିଛି । ଯେଉଁଥିରେ ଲୋକଙ୍କୁ ସଂକ୍ରମଣ ବଢୁଥିବା ନେଇ ଚେତାଇଛନ୍ତି । ତେଣୁ ସମୟରେ କୋଭିଡର ସମସ୍ତ ଗାଇଡଲାଇନ ମାନି ଚଳିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟୀ ରଖିବା, ବାରମ୍ବାର ହାତ ଧୋଇଲେ ଯାଇ କୋରୋନା ଠାରୁ ଜିତି ପାରିବା ବୋଲି କୁହାଯାଇଛି ।

ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ 692 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହାକି ଗତ 24 ଘଣ୍ଟା ମଧ୍ୟରେ 39 ଜଣ ସୁସ୍ଥ ହୋଇଥିବା ଜଣାପଡିଛି। ତେବେ ଅଦ୍ୟାବଧି 289 ଜଣ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟେ କିଲର କୋରୋନା ଜିଲ୍ଲାରେ 4 ଟି ମୁଣ୍ଡ ନେଇଛି । ଆଜି ସୁଦ୍ଧା ଜିଲ୍ଲାରେ ମୋଟ 22887 ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.