ETV Bharat / state

ବନ୍ୟା ସ୍ରୋତରେ ଭାସିଯାଇ ଜଣେ ମୃତ

author img

By

Published : Aug 28, 2020, 8:22 PM IST

ବନ୍ୟା ପାଣିର ପ୍ରଖର ସ୍ରୋତରେ ଭାସିଯାଇ ଜିଲ୍ଲାରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଭଣ୍ଡାରିପୋଖରୀ ରହଣିଆ ଗ୍ରାମର ହରିହର ସାମଲ । ଅଧିକ ପଢନ୍ତୁ...

ବନ୍ୟା ପାଣିର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ମୃତ

ଭଦ୍ରକ: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଭଦ୍ରକ ଜିଲ୍ଲାରେ ମଧ୍ୟ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏହି ବନ୍ୟା ପାଣିର ପ୍ରଖର ସ୍ରୋତରେ ଭାସିଯାଇ ଜିଲ୍ଲାରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଭଣ୍ଡାରିପୋଖରୀ ରହଣିଆ ଗ୍ରାମର ହରିହର ସାମଲ ।

ଶୁକ୍ରବାର ରହଣିଆ ଗ୍ରାମ ରାସ୍ତାରେ ବନ୍ୟାର ପ୍ରଖର ସ୍ରୋତରେ ହରିହର ଭାସିଯାଇ ନିଖୋଜ ହୋଇଯାଇଥିଲେ । ଘଟଣାର ଖବର ପାଇ ଏନଡିଆରଏଫ ଟିମ ସେଠାରେ ବହୁ ସମୟ ଖୋଜାଖୋଜି କରିବା ପରେ ମୃତ ଶରୀରକୁ ଉଦ୍ଧାର କରିଛି । ତେବେ ସେ କୌଣସି କାମରେ ଘର ସମ୍ମୁଖ ରାସ୍ତାକୁ ଆସିଥିଲେ ବୋଲି ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.