ETV Bharat / state

କୋରୋନାକୁ ହରାଉଛି ଭଦ୍ରକ, ଆଜି ମାତ୍ର ଜଣେ ଚିହ୍ନଟ

author img

By

Published : Jul 31, 2020, 1:21 PM IST

ଗତ ଗୁରୁବାର ଭଦ୍ରକ ଜିଲ୍ଲାରେ 35 ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଜିଲ୍ଲାରେ ଜଣେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

corona
ଭଦ୍ରକ କୋରୋନା ମାମଲାରେ ଲାଗିଲା ବ୍ରେକ

ଭଦ୍ରକ: ରାଜ୍ୟରେ କୋରୋନା ମାମଲା ବୃଦ୍ଧିରେ ବ୍ରେକ ଲାଗୁନଥିବା ବେଳେ ଭଦ୍ରକ ଜିଲ୍ଲାରେ କୋରୋନା ମାମଲା କ୍ଷେତ୍ରରେ ବ୍ରେକ ଲାଗିଛି। ହେଲେ ସ୍ଥାନୀୟ ସଂକ୍ରମଣ ଏବେ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏପଟେ ଗତ ଗୁରୁବାର ଜିଲ୍ଲାରେ 35 ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଜିଲ୍ଲାରେ ଜଣେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

corona
ଭଦ୍ରକ କୋରୋନା ମାମଲାରେ ଲାଗିଲା ବ୍ରେକ

ଏହା ଆଗାମୀ ଦିନରେ ସଂକ୍ରମଣ ରୋକିବା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରି ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି କୋରୋନା ଚେନକୁ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ ଭଦ୍ରକ ଜିଲ୍ଲାକୁ 48 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି। ଯାହାକି ଅଗଷ୍ଟ 1 ସକାଳ 5 ଟାରୁ ଅଗଷ୍ଟ 3 ସକାଳ 5ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

corona
ଭଦ୍ରକ କୋରୋନା ମାମଲାରେ ଲାଗିଲା ବ୍ରେକ

ଶୁକ୍ରବାର ଚିହ୍ନଟ ଆକ୍ରାନ୍ତ ଜଣଙ୍କ ଭଦ୍ରକ ପୌରାଞ୍ଚଳ ଅଞ୍ଚଳରେ ବୋଲି ଜଣାପଡିଛି। ଅନ୍ୟପକ୍ଷରେ କ୍ୱାରେଣ୍ଟାଇନ ସେଣ୍ଟରରୁ ଆଜି କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ବର୍ତ୍ତମାନ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 607ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ 507 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେବି 100 ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରୁ ମୋଟ 18,233 ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.