ETV Bharat / state

ବନ୍ୟାରେ ଭାସିଗଲାବେଳେ ଯୁବକଙ୍କୁ ଉଦ୍ଧାର କଲା ଏନଡିଆରଏଫ

author img

By

Published : Aug 28, 2020, 9:52 PM IST

ଭଦ୍ରକ ବନ୍ୟା ପାଣିର ପ୍ରଖର ସ୍ରୋତର ଭାସିଗଲାବେଳେ ଯୁବକଙ୍କୁ ଉଦ୍ଧାର କଲା ଏନଡିଆରଏଫ । ଯୁବକଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ବନ୍ୟାଜଳରେ ଭାସିଗଲାବେଳେ ଯୁବକଙ୍କୁ ଉଦ୍ଧାର କଲା ଏନଡିଆରଏଫ

ଭଦ୍ରକ: ଭାସିଗଲାବେଳେ ଉଦ୍ଧାର କଲା ଏନଡିଆରଏଫ । ବନ୍ୟା ପାଣିରେ ଭାସିଯାଉଥିବା ବେଳେ ଏନଡିଆରଏଫ ଟିମ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଇ ଯୁବକଙ୍କୁ ଜୀବନ୍ତ ଭାବରେ ଉଦ୍ଧାର କରିଛି ।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଧାମନଗର ଖଡିପଦା ଅଞ୍ଚଳର ଶିଶିର କୁମାର ବିଶ୍ଵାଳ ବନ୍ୟାରେ ଭାସିଯାଉଥିବା ବେଳେ ଏନଡିଆରଏଫ ଟିମ ତାଙ୍କୁ ଉଦ୍ଧାର କରିଛି । ପ୍ରଖର ବନ୍ୟା ସ୍ରୋତରେ ଶିଶିର ଭାସିଯାଇଥିଲେ। ଏନେଇ ଖବର ପାଇ ନିକଟ ଭଣ୍ଡାରିପୋଖରୀ ଅଞ୍ଚଳରେ ମୁତୟନ ଥିବା ଏନଡିଆରଏଫ ଟିମ ପକ୍ଷରୁ ରେସ୍କ୍ୟୁ ଅପରେଶନ ଆରମ୍ଭ କରାଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ ତାଙ୍କୁ କାଞ୍ଜିଆପାଳ ନିକଟରୁ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ନିକଟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.