ଭଦ୍ରକ: ଆଜି ରାଜ୍ୟରେ 10 କୋରୋନା ମୃତକଙ୍କ ମଧ୍ୟରୁ ଜଣେ ଭଦ୍ରକରୁ ରହିଛନ୍ତି । 30 ବର୍ଷୀୟ ମହିଳାଙ୍କ ଜୀବନ ନେଇଛି କିଲର କୋରୋନା । ସେ ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡିତ ଥିଲେ । ସେପଟେ, ଆଜି ଜଣଙ୍କର ମୃତ୍ୟୁ ପରେ ଜିଲ୍ଲାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 6 ରେ ପହଞ୍ଚିଛି ।ଏନେଇ ଭଦ୍ରକ ଜିଲ୍ଲାପାଳ ଟ୍ବିଟ କରି ସୂଚନା ଦେଇଛନ୍ତି ।
ଅନ୍ୟପଟେ ଜିଲ୍ଲାରେ ପୁଣି 47 କୋରୋନା ଆକ୍ରାନ୍ତ ହୋଇଛନ୍ତି । ମୋଟ ସଂକ୍ରମିତଙ୍କ ସଂଖ୍ୟା 1734 ହୋଇଛି । ସେହିପରି ଗତ 24 ଘଣ୍ଟାରେ 32ଜଣଙ୍କ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ 1008 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 721 ଜଣ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ ମୋଟ 35847 ଟି ନମୁନା ପରୀକ୍ଷା କରାଯାଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ