ଭଦ୍ରକ: ଜିଲ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା । ସାମାନ୍ୟ ବଚସାକୁ ନେଇ ଘଟିଛି ଏକ ହତ୍ୟାକାଣ୍ଡ । ନାବାଳକର ଶିଳପୁଆ ମାଡରେ ଜଣେ ବୃଦ୍ଧଙ୍କ ର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ଦୋଳସାହି ଅଞ୍ଚଳର ରବୀନ୍ଦ୍ର ଖୁଣ୍ଟିଆ ।
ସୂଚନା ଅନୁଯାୟୀ, ତିହିଡି ଥାନା ଦୋଳସାହି ଗ୍ରାମରେ କୌଣସି କାରଣକୁ ନେଇ ରବୀନ୍ଦ୍ର ଓ ଅଭିଯୁକ୍ତ ନାବାଳକଙ୍କ ସହ ଯୁକ୍ତିତର୍କ ଲାଗିବା ସହ ମାଡ଼ପିଟ ହୋଇଥିଲା। ପରେ ନାବାଳକ ଜଣକ ଉତକ୍ଷିପ୍ତ ହୋଇ ବୃଦ୍ଧ ରବୀନ୍ଦ୍ରଙ୍କ ଉପରକୁ ଏକ ଶିଳପୁଆ ଛାଟି ଦେଇଥିଲା। ଫଳରେ ରବୀନ୍ଦ୍ରଙ୍କ ର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
ତେବେ ମୃତ ରବୀନ୍ଦ୍ରଙ୍କ ସହ ନାବାଳକ ପରିବାର ମଧ୍ୟରେ ପୂର୍ବରୁ ଅନେକ ଥର ଝଗଡା ଓ ବିବାଦ ଲାଗି ରହିଥିଲା । ଅନ୍ୟପଟେ ଅଭିଯୁକ୍ତ ନାବାଳକ ଫେରାର ହୋଇଯାଇ ଥିବାବେଳେ ତିହିଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ