ଭଦ୍ରକ: ତ୍ରିସ୍ତରୀୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି ଭଦ୍ରକ ପ୍ରାର୍ଥୀ । ଜିଲ୍ଲାରେ ଚତୁର୍ଥ ଦିନ ସୁଦ୍ଧା 6432 ଜଣ ପ୍ରାର୍ଥୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଫର୍ମ ପୂରଣ କରିଛନ୍ତି । କୋଭିଡ କଟକଣା ମଧ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରୁଥିବା ଦେଖିବାକୁ ମିଳିଥିଲା ।
ଭଦ୍ରକ ଜିଲ୍ଲାରେ ଚତୁର୍ଥ ଦିନରେ ଜିଲ୍ଲା ପରିଷଦ ପଦବୀ ପାଇଁ 59 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଏହି କ୍ରମରେ ଜିଲ୍ଲାରେ ତୃତୀୟ ଦିନରେ ମୋଟ 2948ଟି ନାମାଙ୍କନ ପତ୍ର ଦାଖଲ ହୋଇଛି। ସେହିପରି ଆଜି ୱାର୍ଡ ମେମ୍ବର ପାଇଁ 2235 ଜଣ, ସରପଞ୍ଚ ପାଇଁ 310 ଜଣ ଓ ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ 344 ଜଣ ନାମାଙ୍କନ ଫର୍ମ ଦାଖଲ କରିଥିଲେ।
ଭଦ୍ରକ ଜିଲ୍ଲାରେ ମୋଟ 2948 ଟି ନାମାଙ୍କନ ପତ୍ର ଦାଖଲ ହୋଇଛି । କୋରୋନା କଟକଣା ମଧ୍ୟରେ ସ୍ବଳ୍ପ ସଂଖ୍ୟକ ସମର୍ଥକଙ୍କୁ ନେଇ ନାମାଙ୍କନ ଦାଖଲ କରିଥିଲେ ସମସ୍ତ ପ୍ରାର୍ଥୀ । ମୋଟାମୋଟି ଭାବେ ଚତୁର୍ଥ ଦିନ ସୁଦ୍ଧା ଜିଲ୍ଲାର 218 ଟି ପଞ୍ଚାୟତ ପାଇଁ ମୋଟ 6432 ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ