ETV Bharat / state

ଭଦ୍ରକରୁ ଏକ ଲକ୍ଷ ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଭଦ୍ରକରୁ 1 ଲକ୍ଷ ମୂଲ୍ୟର ବ୍ରାଉନ ସୁଗାର ଜବତ କରାଯାଇଛି । ଅଧିକ ପଢନ୍ତୁ...

ଭଦ୍ରକରେ ବ୍ରାଉନ ସୁଗାର ଜବତ, 1 ଗିରଫ
ଭଦ୍ରକରେ ବ୍ରାଉନ ସୁଗାର ଜବତ, 1 ଗିରଫ
author img

By

Published : Apr 2, 2021, 5:02 PM IST

ଭଦ୍ରକ: ଜିଲ୍ଲାରୁ ପୁଣି ଜବତ ହୋଇଛି ବ୍ରାଉନ ସୁଗାର । ଜବତ ହୋଇଥିବା 14 ଗ୍ରାମ ବ୍ରାଉନ ସୁଗାରର ମୂଲ୍ୟ 1 ଲକ୍ଷ ଟଙ୍କା ବୋଲି ଜଣାପଡିଛି । ତେବେ ଏହି ଘଟଣାରେ ଟାଉନ ଥାନା ପୋଲିସ ଜଣଙ୍କୁ ଗିରଫ କରିବା ସହିତ 2 ଟି ମୋବାଇଲ ଫୋନକୁ ମଧ୍ୟ ଜବତ କରିଛି ।

ଭଦ୍ରକରେ ବ୍ରାଉନ ସୁଗାର ଜବତ, 1 ଗିରଫ

ଟାଉନ ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇବା ପରେ ଭଦ୍ରକ ସହରାଞ୍ଚଳ ଅନ୍ତର୍ଗତ ମୋଟେଲ ଛକ ନିକଟରେ ଜଣେ ଯୁବକକୁ ଖାନ ତଲାସି କରିବାରୁ ତା' ନିକଟରୁ ଏହି ବ୍ରାଉନ ସୁଗାର ମିଳିଥିଲା । ପରେ ବ୍ରାଉନ ସୁଗାରକୁ ଜବତ କରିବା ସହ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା । ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ପୂର୍ବରୁ ଏହି ଯୁବକ ଜଣକ ବେଆଇନ ବ୍ରାଉନ ସୁଗାର କାରବାରରେ ସମ୍ପୃକ୍ତ ଥିବା ଜଣାପଡ଼ିଛି ।

ତେବେ ଏହି ବ୍ରାଉନ ସୁଗାର କାରବାରରେ ଅନ୍ୟ ଜିଲ୍ଲାର ସମ୍ପୃକ୍ତି ଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣାରେ ଗିରଫ ହୋଇଥିବା ଯୁବକ ଜଣଙ୍କ ନିକଟରୁ ଏକ ବାଇକ ମଧ୍ୟ ଜବତ କରିଛି ପୋଲିସ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସକୁ ଏହି ସଫଳତା ମିଳିଥିବା ଭଦ୍ରକ ଏସଡିପିଓ ସାର୍ଥକ ରାୟ ସୂଚନା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.