ETV Bharat / state

ଲକଡାଉନ କଟକଣାରେ ସାହାଯ୍ୟ କରିବ ଭ୍ରାମ୍ୟମାଣ ଏଟିଏମ ମେସିନ

author img

By

Published : May 21, 2020, 9:51 PM IST

Updated : May 22, 2020, 10:56 AM IST

ଲକଡାଉନ ଯୋଗୁଁ ଲୋକମାନେ ଟଙ୍କା ଉଠାଣ ପାଇଁ ସମସ୍ୟାର ସମୁଖୀନ ହେଉଛନ୍ତି । ତେଣୁ ଏହି ଭ୍ରାମ୍ୟମାଣ ଏଟିଏମ ସେବା ଆରମ୍ଭ ହେବା ପରେ କଟକଣା ସମୟରେ ମଧ୍ୟ ଜନସାଧାରଣ ଉପକୃତ ହେବେ ବୋଲି ସେବା ପ୍ରଦାନ କରୁଥିବା ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି ।

lockdown, bhadrak latest news, bhadrak lockdown, mobile atm machine in bhadrak, mobile atm machine, ଲକଡାଉନ, ଭଦ୍ରକରେ ଭ୍ରାମ୍ୟମାଣ ଏଟିଏମ ମେସିନ, ଭ୍ରାମ୍ୟମାଣ ଏଟିଏମ ମେସିନ, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍‌, ଭଦ୍ରକରେ ଲକଡାଉନ
ଲକଡାଉନ କଟକଣାରେ ସାହାଯ୍ୟ କରିବ ଭ୍ରାମ୍ୟମାଣ ଏଟିଏମ ମେସିନ

ଭଦ୍ରକ: ଜିଲ୍ଲାରେ ପ୍ରଥମ ଥର ପାଇଁ ଭ୍ରାମ୍ୟମାଣ ଏଟିଏମ ସେବା ଆରମ୍ଭ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ଏହି ସେବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କୋରୋନା ନେଇ ଲାଗି ରହିଥିବା ପ୍ରତିବନ୍ଧକ ଯୋଗୁଁ ଏଟିଏମ ସେବା ଉପଲବ୍ଧ ନଥିବା ସ୍ଥାନମାନଙ୍କରେ ଏହି ସୁବିଧା ଯୋଗାଇ ଦିଆଯିବ ।

ଲକଡାଉନ ଯୋଗୁଁ ଲୋକମାନେ ଟଙ୍କା ଉଠାଣ ପାଇଁ ନାନା ସମସ୍ୟାର ସମୁଖୀନ ହେଉଛନ୍ତି । ଏଥିସହ କୋରୋନା ନେଇ ଜାରି ସମୟ କଟକଣା ଯୋଗୁଁ ଅନେକ ଏଟିଏମ କାଉଣ୍ଟର ସମ୍ମୁଖରେ ନାହିଁ ନଥିବା ଭିଡ ମଧ୍ୟ ପରିଲକ୍ଷିତ ହେଉଛି । ତେଣୁ ଏହି ଭ୍ରାମ୍ୟମାଣ ଏଟିଏମ ସେବା ଆରମ୍ଭ ହେବା ପରେ କଟକଣା ସମୟରେ ମଧ୍ୟ ଜନସାଧାରଣ ଉପକୃତ ହେବେ ବୋଲି ସେବା ପ୍ରଦାନ କରୁଥିବା ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି ।

ତେବେ ଆଗାମୀ ଦିନରେ ଏହିପରି ଭ୍ରାମ୍ୟମାଣ ଏଟିଏମ ସେବା ପ୍ରଦାନ ୟୁନିଟ ଆହୁରି ବୃଦ୍ଧି କରାଯିବ ବୋଲି ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : May 22, 2020, 10:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.