ETV Bharat / state

ବିଦ୍ୟୁତ ଆଘାତରେ ନାବାଳକ ମୃତ

ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକଙ୍କ ମୃତ୍ୟୁ ଘଟିଛି । ଏମିତି ଏକ ଦୁଖଦ ଘଟଣା ଘଟିଛି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଚରଦିଆ ପଞ୍ଚାୟତ ଅନ୍ତର୍ଗତ ହରିଶପୁର ଗ୍ରାମରେ । ଅଧିକ ପଢନ୍ତୁ...

author img

By

Published : Jun 26, 2021, 10:17 PM IST

ବିଦ୍ୟୁତ ଆଘାତରେ ନାବାଳକ ମୃତ
ବିଦ୍ୟୁତ ଆଘାତରେ ନାବାଳକ ମୃତ

ଭଦ୍ରକ: ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକଙ୍କ ମୃତ୍ୟୁ ଘଟିଛି । ଏମିତି ଏକ ଦୁଖଦ ଘଟଣା ଘଟିଛି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଚରଦିଆ ପଞ୍ଚାୟତ ଅନ୍ତର୍ଗତ ହରିଶପୁର ଗ୍ରାମରେ । ଖବର ଅନୁସାରେ, ବାଂଶଡା ଥାନା ଅଧୀନ କରଞ୍ଜମାଳ ପଞ୍ଚାୟତର ଗୌରାଙ୍ଗ ମାଝୀଙ୍କ 17 ବର୍ଷୀୟ ନାବାଳକ ପୁଅ ସଞ୍ଜୟ ମାଝୀ ମାଉସୀ ଘର ଚାରାଦିଆର ହରିଶପୁରକୁ ଯାଇଥିଲେ । ସେଠାରେ ମଉସା ପୋଖରୀରେ ଜାଲ ପକାଉଥିବା ବେଳେ ସଞ୍ଜୟ ପୋଖରୀ ହୁଡ଼ାରେ ଥିବା ଇଲେକ୍ଟ୍ରି ପୋଲର ଷ୍ଟେକୁ ଧରି ପାରି ହେଉଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ।

ବିଦ୍ୟୁତ ଆଘାତରେ ନାବାଳକ ମୃତ

ତୁରନ୍ତ ସଞ୍ଜୟଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଜଣେ ନାବାଳକର ଜୀବନ ଚାଲିଗଲା ବୋଲି ଅଭିଯୋଗ କରିବା ସହିତ ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.