ETV Bharat / state

ସଙ୍ଗରୋଧ କେନ୍ଦ୍ରରୁ ପ୍ରବାସୀ ଫେରାର

author img

By

Published : May 21, 2021, 7:04 AM IST

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଲକ୍ଷ୍ମୀଦାସପୁର ସଙ୍ଗରୋଧ କେନ୍ଦ୍ରରୁ 4 ଜଣ ପ୍ରବାସୀ ଫେରାର । ଅଧିକ ପଢନ୍ତୁ...

ସଙ୍ଗରୋଧ କେନ୍ଦ୍ରରୁ ପ୍ରବାସୀ ଫେରାର
ସଙ୍ଗରୋଧ କେନ୍ଦ୍ରରୁ ପ୍ରବାସୀ ଫେରାର

ଭଦ୍ରକ: ସଙ୍ଗରୋଧ କେନ୍ଦ୍ରରୁ 4 ପ୍ରବାସୀ ଫେରାର । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଲକ୍ଷ୍ମୀଦାସପୁର ସଙ୍ଗରୋଧ କେନ୍ଦ୍ରରେ । ମିଳିଥିବା ସୂଚନା ଅନୁଯାଇ କିଛିଦିନ ତଳେ ଆନ୍ଧ୍ରପ୍ରଦେଶରୁ 4 ଜଣ ପ୍ରବାସୀ ଫେରିଥିବା ବେଳେ ଲକ୍ଷ୍ମୀଦାସପୁର ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ଏମାନେ ସମସ୍ତେ ପଢୂଆଁ ଅଞ୍ଚଳର ବୋଲି ଜଣାପଡିଛି ।

ସଙ୍ଗରୋଧ କେନ୍ଦ୍ରରୁ ପ୍ରବାସୀ ଫେରାର

ତେବେ କୌଣସି କାରଣରୁ ସଙ୍ଗରୋଧ କେନ୍ଦ୍ରରୁ ଏହି 4 ପ୍ରବାସୀ ଫେରାର ହୋଇ ଯାଇଛନ୍ତି । ତେବେ ପ୍ରବାସୀ ମାନଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ର କରାଯାଇଥିବା ବେଳେ ଏହାର ସୁପରିଚାଳନା କରିବା ପାଇଁ ସ୍ଥାନୀୟ ପ୍ରଶାସନଙ୍କୁ ଦାୟିତ୍ଵ ଦିଆଯାଇଛି । କିନ୍ତୁ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଲୁଚିପଳାଇ ଯିବା ପରେ ସଙ୍ଗରୋଧ କେନ୍ଦ୍ରର ସୁପରିଚାଳନା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏନେଇ ସ୍ଥାନୀୟ ସରପଞ୍ଚ ନାୟକାଣିଡିହି ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି । ହେଲେ ପୋଲିସ ପ୍ରଶାସନ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.