ETV Bharat / state

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜୋର ଧରିଲା ଦାବି

author img

By

Published : Apr 22, 2023, 7:06 AM IST

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପୁଣି ଜୋର ଧରିଲା ଦାବି । କଲେଜ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ଯଥାଶୀଘ୍ର ନିଷ୍ପତ୍ତି ନନେଲେ ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ ଚେତାବନୀ ଦିଆଯାଇଛି । ଅଧିକ ପଢ଼ନ୍ତୁ

demands for medical college in bhadrak
ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି

ଭଦ୍ରକ: ଆନ୍ଦୋଳନ ଚେତାବନୀ ଦେଲା ଭଦ୍ରକ ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି । ଜିଲ୍ଲାରେ ଯଥାଶୀଘ୍ର ମେଡିକାଲ କଲେଜ ପ୍ରତିଷ୍ଠା ନକଲେ ରାଜରାସ୍ତାକୁ ଓହ୍ଲାଇବାକୁ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ଏନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦରଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: କେତେବେଳେ କେଉଁଠି ଉଦୟ ହେଉଛନ୍ତି ରାଜନେତା: କେବେ କଂଗ୍ରେସରେ, କେବେ ବିଜେଡିରେ ମହେନ୍ଦ୍ର ନାୟକ

ଅତୀତରେ ଜିଲ୍ଲା ମେଡିକାଲ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବହୁବାର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାର ତଥା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି । ହେଲେ ଭଦ୍ରକ ଜିଲ୍ଲାବାସୀଙ୍କ ଏହି ପ୍ରମୁଖ ଦାବି ପ୍ରତି ସରକାର ଦୃଷ୍ଟି ଦେଇ ନଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ କେନ୍ଦ୍ର ସରକାର ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ଇଚ୍ଛୁକ ରହିଥିବା ବେଳେ ରାଜ୍ୟ ସରକାର ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ କାହିଁକି ପଛଘୁଞ୍ଚା ଦେଉଛନ୍ତି, ସେନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି ।

ଏହା ମଧ୍ୟ ପଢ଼ନ୍ତୁ: ମହେନ୍ଦ୍ର ତନୟା ଓ ବଂଶଧାରା ନଦୀ ପ୍ରକଳ୍ପ ପୁଣି ଆରମ୍ଭ କରିବ ଆନ୍ଧ୍ର, ଏପଟେ ଶୁଭ ଦେଇ ଚୁପ ବସିଛନ୍ତି ରାଜ୍ୟ ସରକାର

ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ ତଥା ଦାବି ଏବେର ନୁହେଁ ବରଂ 15 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଜିଲ୍ଲାବାସୀ ଏହି ଦାବି କରି ଆସୁଛନ୍ତି । ତେବେ ରାଜ୍ୟ ସରକାରଙ୍କ ନିକଟରେ ଭଦ୍ରକବାସୀଙ୍କ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବିକୁ ନିର୍ବାଚିତ ଲୋକ ପ୍ରତିନିଧି ତଥା ପ୍ରଶାସନ ପକ୍ଷରୁ ଠିକ ଭାବେ ଉପସ୍ଥାପନ କରାଯାଉ ନଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ: Jharsuguda By Poll: ସମର୍ଥକଙ୍କ ସହ ବିଜେଡିରେ ମିଶିଲେ କଂଗ୍ରେସ ନେତା ମହେନ୍ଦ୍ର ନାୟକ

ଏହାମଧ୍ୟ ପଢନ୍ତୁ: ଅକ୍ଟୋବର ଶେଷ ସୁଦ୍ଧା ଆମ ହସ୍ପିଟାଲ ପ୍ରକଳ୍ପକୁ ଶେଷ କରିବାକୁ ନିର୍ଦ୍ଦେଶ

ଏନେଇ ବୁଦ୍ଧିଜୀବୀ କହିଛନ୍ତି," ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ନେଇ ରାଜ୍ୟ ସରକାର ଯଦି ଯଥାଶୀଘ୍ର ନୀତିଗତ ନିଷ୍ପତ୍ତି ଗ୍ରହଣ ନକରନ୍ତି, ତେବେ ଆଗାମୀ ଦିନରେ 2018 ମସିହା ପରି ପୁନର୍ବାର ଦୁର୍ବାର ଆନ୍ଦୋଳନ ଆରମ୍ଭ ହେବ ।" ଦାବିପତ୍ର ପ୍ରଦାନ ସମୟରେ କଲେଜ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟିର ଆବାହକ ଡାକ୍ତର ହରେକୃଷ୍ଣ ନାୟକ, ଡାକ୍ତର ପ୍ରଦୀପ ନାୟକ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମାଜସେବୀ ସୁଧାକର ରାଉତଙ୍କ ସମେତ ଭଦ୍ରକ ଜିଲ୍ଲାର ଶତାଧିକ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.