ETV Bharat / state

Cameraman Murder Case: ଜେଲ୍ ଗଲେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା-ଝୁନା

author img

By

Published : Apr 8, 2022, 7:37 AM IST

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ରିମାଣ୍ଡ ଅବଧି ସରିବା ପରେ ଜେଲ୍ ଗଲେ ଶର୍ମିଷ୍ଠା ଓ ଝୁନା । ଅଧିକ ପଢନ୍ତୁ

Cameraman Murder Case: ଜେଲ୍ ଗଲେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା-ଝୁନା
Cameraman Murder Case: ଜେଲ୍ ଗଲେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା-ଝୁନା

ଭଦ୍ରକ: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ(Manas Swain Murder) ଉପରୁ ଧିରେ ଧିରେ ପରଦା ଉଠୁଛି । ଇତିମଧ୍ୟରେ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିବା ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କ ଦ୍ବିତୀୟ ପର୍ଯ୍ୟାୟରେ ତିନି ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି । ଏହାପରେ ଗୁରୁବାର ଉଭୟଙ୍କୁ କ୍ରାଇମବ୍ରାଞ୍ଚ ଚାନ୍ଦବାଲି ଜେଏମଏଫସି ଅଦାଲତରେ ହାଜର କରିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି । ଦୁଇ ଜଣଙ୍କୁ ଆଉ ଅଧିକ ରିମାଣ୍ଡ ନେବାକୁ ଆବେଦନ କରିନଥିଲା କ୍ରାଇମବ୍ରାଞ୍ଚ । ଫଳରେ ଶର୍ମିଷ୍ଠା ଓ ଝୁନା ଜେଲ୍ ଯାଇଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ଭଦ୍ରକ ସ୍ବତନ୍ତ୍ର ଉପକାରଗାରକୁ ପଠାଇ ଦିଆଯାଇଛି ।

ଜେଲ୍ ଗଲେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା-ଝୁନା

ତେବେ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ଶର୍ମିଷ୍ଠା ଓ ଝୁନାଙ୍କ ଠାରୁ ହତ୍ୟାକାଣ୍ଡ ଘଟଣାରେ ଜଡିତ ଅନେକ ସୁରାକ୍ କ୍ରାଇମବ୍ରାଞ୍ଚକୁ ମିଳିଥିବା ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ, କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାକାଣ୍ଡର ମୂଳ କାରଣ ଥିଲା ମେମୋରି ଚିପ୍ । କ୍ରାଇମବ୍ରାଞ୍ଚ ମମୋରି ଚିପ୍ ପାଖରେ ପହଞ୍ଚିବାକୁ ନାକେଦମ ହୋଇଥିବା ବେଳେ ଏ ଯାଏଁ ଚିପ୍‌କୁ ଠାବ କରାଯାଇ ପାରିନାହିଁ । ସେହିପରି ଶର୍ମିଷ୍ଠା ମାନସ ଠାରୁ ଉକ୍ତ ମେମୋରି ଚିପ୍‌ ପାଇନଥିବା କ୍ରାଇମବ୍ରାଞ୍ଚକୁ କହିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.