ETV Bharat / state

ଭଦ୍ରକ କାଳୀପୂଜା: ଷଷ୍ଠ ଦିନରେ ମାଆଙ୍କ ମହାସରସ୍ବତୀ ବେଶ

author img

By

Published : Nov 1, 2019, 12:25 PM IST

ମା’ ଭଦ୍ରକାଳୀ ପୀଠରେ କାଳୀପୂଜା ଅବସରରେ ଷଷ୍ଠ ଦିନରେ ମା’ଙ୍କ ମହାସରସ୍ପତି ବେଶ। ଦର୍ଶନ ପାଇଁ ଦର୍ଶକଙ୍କ ପ୍ରବଳ ଭିଡ।

ଫଟୋ ସୌଜନ୍ୟ : ସମ୍ବାଦଦାତା , ଭଦ୍ରକ

ଭଦ୍ରକ: ମହାସରସ୍ବତୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ। ଜିଲ୍ଲାର ଅଧିଷ୍ଠାତ୍ରୀ ଦେଵୀ କାଳୀପୂଜା ଅବସରରେ ଷଷ୍ଠ ଦିନରେ ମହାସରସ୍ଵତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦେଉଛନ୍ତି ଦର୍ଶନ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମାଆଙ୍କ ପୀଠ।

ଶୁକ୍ରବାର ସକାଳେ ପହଡ଼ ଖୋଲିବା ପରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ଏହା ସହ ମା’ ମହାସରସ୍ଵତୀ ବେଶରେ ଦର୍ଶନ ଦେଇଛନ୍ତି। ଆସନ୍ତାକାଲି ଶ୍ରଦ୍ଧାଳୁଙ୍କୁ ସପ୍ତସତୀ ବେଶ ଓ ଶେଷ ଦିନରେ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେବେ ମା’। ଶୁକ୍ରବାର ମହାସରସ୍ଵତୀ ବେଶରେ ଦର୍ଶନ କଲେ ସକଳ ବିଦ୍ୟା ଲାଭ, ପରିବାରରେ ମଙ୍ଗଳ ହେବା ସହ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି।

ଭିଡିଓ ସୌଜନ୍ୟ : ସମ୍ବାଦଦାତା , ଭଦ୍ରକ

ତେଣୁ ମା’ ଭଦ୍ରକାଳୀ ଦର୍ଶନ କରି କରୁଣା ଭିକ୍ଷା କରିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏହି ପ୍ରସିଦ୍ଧ ଶକ୍ତି ପୀଠରେ କାଳିପୂଜାର ମାହୋଲ ବେଶ ନିଆରା। ତେବେ ସାତ ଦିନ ଧରି ଏହି ଉତ୍ସବର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହେବ। ପୂର୍ଣ୍ଣାହୁତି ଦିନ ଦଶ ହଜାରରୁ ଉର୍ଦ୍ଧ୍ଵ ଭକ୍ତଙ୍କ ପାଇଁ ମାଗଣା ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : MAHASARASWATI BESA
FORMAT : AVO
REPORT : DEBASIS MOHAPATRA / BHADRAK
DATE : 01.11.2019

ANCHOR : ଆଜି ମହା ସରସ୍ବତୀ ବେଶରେ ଦର୍ଶନ ଦେଉଛନ୍ତି ମା ଭଦ୍ରକାଳୀ। ଭଦ୍ରକର ଅଧିଷ୍ଠାତ୍ରୀ ଦେଵୀ ମା ଭଦ୍ରକାଳୀ ଆଜି ଷଷ୍ଠ ଦିନରେ ମହା ସରସ୍ଵତୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରଦ୍ଧାଳୁଙ୍କୁ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମା ଭଦ୍ରକାଳୀ ପୀଠ। ସକାଳ 9.30 ମିନିଟ ସମୟରେ ପହଡ଼ ଖୋଲିବା ପରେ ସକଳ ରୀତିନୀତି ଅନୁଯାଇ ପୂଜା ଅର୍ଚ୍ଚନା ଆରମ୍ଭ ହେବା ସହ ମା ମହା ସରସ୍ଵତୀ ବେଶରେ ଦର୍ଶନ ଦେଇଛନ୍ତି। ମା ଭଦ୍ରକାଳୀ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କୁ ସପ୍ତସତୀ ବେଶର ଶେଷରେ ମହାଲକ୍ଷ୍ମୀ ବେଶରେ ଦର୍ଶନ ଦେବେ ଭକ୍ତଙ୍କୁ। Body:ମାଙ୍କୁ ଆଜି ମହା ସରସ୍ଵତୀ ବେଶରେ ଦର୍ଶନ କଲେ ସକଳ ବିଦ୍ୟା ଲାଭ, ପରିବାରରେ ମଙ୍ଗଳ ହେବା ସହ ସମସ୍ତ ମନୋସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେଣୁ ମାଆ ଙ୍କ ଦର୍ଶନ କରି କରୁଣା ଭିକ୍ଷା କରିବା ପାଇଁ ବହୁ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଛି। ଏହି ପ୍ରସିଦ୍ଧ ଶକ୍ତି ପୀଠ ରେ କାଳିପୂଜାର ମାହୋଲ ବେଶ ନିଆରା। ତେବେ ସାତ ଦିନ ଧରି ଏହି ଉତ୍ସବର ପୂର୍ଣ୍ଣାହୁତି ଆସନ୍ତା କାଲି ହେବ। ପୂର୍ଣ୍ଣାହୁତି ଦିନ ଦଶ ହଜାର ରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ମାଗଣା ପ୍ରସାଦ ସେବନର ବ୍ଯବସ୍ଥା କରାଯାଇଥିବା ସୂଚନା ମିଳିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.