ETV Bharat / state

ଘରେ ପଶି ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ, ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍ - ଭଦ୍ରକରେ ଦମ୍ପତ୍ତିଙ୍କୁ ଦୁର୍ବୁତଙ୍କ ମରଣାନ୍ତକ ଆକ୍ରମଣ

ଘର ଭିତରେ ଦମ୍ପତ୍ତିଙ୍କୁ ଦୁର୍ବୁତଙ୍କ ମରଣାନ୍ତକ ଆକ୍ରମଣ । ୩ଜଣ ମୁଖା ପିନ୍ଧା ଦୁର୍ବୁତ୍ତ କବାଟ ଭାଙ୍ଗି ଘରେ ପଶି ଲୁଟି ନେଲେ ସୁନା ଗହଣା ଓ ନଗଦ ଟଙ୍କା । ଅଧିକ ପଢ଼ନ୍ତୁ

ଘରେ ପଶି ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ, ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍

author img

By

Published : Apr 26, 2022, 9:20 PM IST

ଭଦ୍ରକ: ଭଦ୍ରକ ଜିଲ୍ଲା ପୀରହାଟ ଥାନା ସାହାପୁର ବଜାର ନିକଟରେ ଏକ ଘର ଭିତରେ ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ । ଆଉ ଆକ୍ରମଣ କରି ଲୁଟିନେଲେ ସୁନା ଗହଣା ଓ ନଗଦ ଟଙ୍କା । ଘରେ ସମସ୍ତେ ଶୋଇଥିବା ବେଳେ ଘର କବାଟ ଭାଙ୍ଗି ପଶିଥିଲେ ୩ଜଣ ମୁଖା ପିନ୍ଧା ଦୁର୍ବୁତ୍ତ । ଘରେ ଥିବା ଲୋକେ ଅଟକାଇବାରୁ ଧାରୁଆ ଅସ୍ତ୍ରରେ ଲୁଟେରା ଆକ୍ରମଣ କରିଥିଲେ । ଏପରିକି ଘରେଥିବା ବୃଦ୍ଧା ମାଆଙ୍କୁ ମଧ୍ୟ ଛାଡିନଥିଲେ ।

ଘରେ ପଶି ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ, ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍

ଏହି ସମୟରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କୁନିପିଲାକୁ ଖଟତଳେ ଲୁଚାଇ ଦେଇଥିଲେ ଏହି ଦମ୍ପତି । ଭୁଜାଲି ଓ ଅନ୍ଯାନ୍ଯ ମାରଣାସ୍ତ୍ରରେ ଆକ୍ରମଣ କରି ସୁନା ଚେନ୍‌, ମଙ୍ଗଳସୂତ୍ର, କାନଫୁଲ ଓ ଲକେଟ ସମେତ ନଗଦ ୫ ହଜାର ଟଙ୍କା ଲୁଟି ନେଇଥିଲେ । ଆଉ କିଛି ଲୁଟ୍‌ କରିବା ବେଳେ ରାସ୍ତାରେ ଯାଉଥିବା ଲୋକଙ୍କ ଶବ୍ଦ ଶୁଣି ଛତ୍ରଭଙ୍ଗ ଦେଇ ଫେରାର ହୋଇଯାଇଥିଲେ ଲୁଟେରା ।

ତେବେ ୩ ଜଣ ଦୁର୍ବୁତ୍ତ ଘର ଭିତରକୁ ପଶିଥିବା ବେଳେ ଜଣେ ବାହାରେ ଜଗି ରହିଥିଲା । ଏଥିରେ ଶ୍ରୀକାନ୍ତ ମହାନ୍ତି ଓ ତାଙ୍କ ସ୍ତ୍ରୀ ଶସ୍ମିତା ଗୁରୁତର ଆହତ ହୋଇଛନ୍ତି । ଘର ଚଟାଣରେ ରକ୍ତର ଛିଟା ପଡିଥିବା ବେଳେ ଦୁଇଟି ମୋବାଇଲ ଭାଙ୍ଗି ଦେଇଛନ୍ତି ଦୁର୍ବୁତ୍ତ । ଖବରପାଇ ପୀରହାଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ପୋଲିସ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ସାହାଯ୍ୟ ନେବାକୁ ଦାବି ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.