ETV Bharat / state

କେନ୍ଦ୍ର ସରକାରଙ୍କ ଜନମାରଣା ନୀତିକୁ ବିରୋଧ, ଦିଲ୍ଲୀ ରାଜରାସ୍ତାକୁ ଓହ୍ଲାଇବେ ବାମଦଳ

ଏପ୍ରିଲ ୫ ତାରିଖରେ ଦିଲ୍ଲୀ ରାଜରାସ୍ତାକୁ ଓହ୍ଲାଇବେ ବାମଦଳ ସହ ଦେଶର ବିଭିନ୍ନ ସଙ୍ଘଠନ । ବିରୋଧୀଙ୍କ ଟାର୍ଗେଟରେ କେନ୍ଦ୍ର ସରକାର । କେନ୍ଦ୍ର ବିରୋଧରେ ଦିଲ୍ଲୀ ଚାଲ ଡାକରା ଦେଲା ବାମଦଳ । ଅଧିକ ପଢ଼ନ୍ତୁ

ଏପ୍ରିଲ ୫ରେ କେନ୍ଦ୍ର ସରକାରଙ୍କ ବିରୋଧରେ ଦିଲ୍ଲୀ ରାଜରାସ୍ତାକୁ ଓହ୍ଲାଇବ ବାମଦଳ

author img

By

Published : Apr 2, 2023, 7:21 PM IST

ଏପ୍ରିଲ ୫ରେ କେନ୍ଦ୍ର ସରକାରଙ୍କ ବିରୋଧରେ ଦିଲ୍ଲୀ ରାଜରାସ୍ତାକୁ ଓହ୍ଲାଇବ ବାମଦଳ

ଭଦ୍ରକ: କେନ୍ଦ୍ର ସରକାର ବିରୋଧରେ ସର୍ଵ ଭାରତୀୟ ସ୍ତରରେ ସିପିଆଇ ଦଳର ଦିଲ୍ଲୀ ଚାଲ ଡାକରା । ଏପ୍ରିଲ ୫ ତାରିଖରେ ଦିଲ୍ଲୀ ରାଜରାସ୍ତାକୁ ଓହ୍ଲାଇବେ ବାମ ଦଳ । ଜନମାରଣା ନୀତିକୁ ବିରୋଧ କରି ଡାକରା ଦେଇଛି ବାମ ଦଳ । କେନ୍ଦ୍ର ସରକାର ବିରୋଧରେ ଏକଜୁଟ ହେବାରେ ଲାଗିଛନ୍ତି ବିରୋଧୀ ଦଳ । ବାମ ଦଳ ସହ ବିଭିନ୍ନ ସଂଗଠନ କେନ୍ଦ୍ର ସରକାରକୁ ଘେରିବାକୁ କରୁଛି ପ୍ରୟାସ । ଏହାକୁ ନେଇ କେନ୍ଦ୍ର ସରକାର ବିରୋଧରେ ପାର୍ଲିଆମେଣ୍ଟ ଘେରିବା ସହ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଛି ବାମ ଦଳ ।

ଏହା ବି ପଢ଼ନ୍ତୁ ଭୁବନେଶ୍ୱରରେ କଂଗ୍ରେସର ବିକ୍ଷୋଭ, ପିସିସି ସଭାପତିଙ୍କ ସମେତ ଅନ୍ୟ ନେତା ଓ କର୍ମୀ ଅଟକ

ସମ୍ବିଧାନର ସୁରକ୍ଷା ପାଇଁ ସିପିଆଇ(ଏମ) ପକ୍ଷରୁ ଶ୍ରମିକ, କୃଷକ ଓ କ୍ଷେତ ମୂଲିଆମାନଙ୍କୁ ନେଇ ଚଳିତ ଏପ୍ରିଲ ମାସ 5 ତାରିଖରେ ଦିଲ୍ଲୀରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି । ଉକ୍ତ ସମାବେଶକୁ ସଫଳ କରିବା ଲକ୍ଷ୍ୟ ନେଇ ଦଳ ପକ୍ଷରୁ ଭଦ୍ରକ ଜିଲ୍ଲା ତିହିଡି ଡାକ ବଙ୍ଗଳା ନିକଟରେ ଏକ ପଥ ପ୍ରାନ୍ତ ସଭା ଆୟୋଜିନ କରାଯାଇଛି । ସାଧାରଣ ଲୋକଙ୍କ ମଧ୍ୟରେ ଜୀବନ-ଜୀବିକା ଏବଂ ସମ୍ବିଧାନର ସୁରକ୍ଷା ପାଇଁ ସ୍ଵର ଉଠାଇବା ଲାଗି ସଚେତନତା ସୃଷ୍ଟି କରା ଯାଇଛି । କେନ୍ଦ୍ରରେ ବିଜେପି ଶାସନ ଭାର ନେବାଠାରୁ ସମ୍ବିଧାନ ଉପରେ ଆକ୍ରମଣ କରା ଯାଉଥିବା ଅଭିଯୋଗ କରିଛି ବାମ ଦଳ ।

ସରକାର ତେଲିଆ ମୁଣ୍ଡରେ ତେଲ ମାରୁଛି ହେଲେ ଗରିବ ଆହୁରୀ ଗରିବ ହେବାରେ ଲାଗିଛି । ଏହାକୁ ପ୍ରତିହତ କରିବା ଲାଗି ଦେଶ ବ୍ୟାପି ଆନ୍ଦୋଳନ ଚଳାଇଛି ସିପିଆଇ(ଏମ) । କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଡାଲି, ଚାଉଳ, ଗ୍ୟାସ, ପେଟ୍ରୋଲିୟମ ତୈଳ, ଗ୍ୟାସ ଦର ବୃଦ୍ଧିକୁ ଆଉ ସହ୍ୟ କରାଯାଇ ପାରିବ ନାହିଁ । ଶ୍ରମିକ ବିରୋଧୀ ଶ୍ରମ କୋଡ ବାତିଲ କରିବା, ଚାଷୀ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନ ପ୍ରଣୟନ କରିବା, ନୂତନ ବିଦ୍ୟୁତ ବିଲ ବାତିଲ କରିବା, ଦରଦାମ ବୃଦ୍ଧି ବନ୍ଦ କରିବା, କର୍ମ ଯୋଗାଣକାରୀ ଯୋଜନାରେ ସରକାରୀ ବ୍ୟୟ ବରାଦ ବଢାଇବା, ମନରେଗା ଯୋଜନାରେ ବ୍ୟୟ ବରାଦ ବଢାଇ, ଖାଲି ପଡିଥିବା ପଦବୀରେ ତୁରନ୍ତ ନିଯୁକ୍ତି ଦେବା, ନୂଆ ପେନସନ ଯୋଜନା ବାତିଲ କରିବା ଇତ୍ୟାଦି ଉପରେ ସରକାରଙ୍କ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ସିପିଆଇ(ଏମ) ପକ୍ଷରୁ ଏହି ଆନ୍ଦୋଳନ କରାଯାଉଥିବା ବାମପନ୍ଥୀ ନେତା କହିଛନ୍ତି ।

ଇଟଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.