ETV Bharat / state

ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନ, ଋଣ ଖିଲାପକାରୀଙ୍କ ବନ୍ଧକ ଜମି ଓ ଗୃହକୁ କଲା ସିଲ୍‌

author img

By

Published : Jun 1, 2022, 11:51 AM IST

ବ୍ୟାଙ୍କ ଋଣ ପରିଶୋଧ କରିନପାରିବାରୁ ଋଣ ଗ୍ରହିତାଙ୍କ ବନ୍ଧକ ଥିବା ଗୃହକୁ ସିଲ୍ କଲା ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ଜମି ଓ ଗୃହକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସିଲ୍ କଲା ବ୍ୟାଙ୍କ

ଭଦ୍ରକ: ବ୍ୟାଙ୍କ ଋଣ ପରିଶୋଧ କରିନପାରିବାରୁ ଋଣ ଗ୍ରହିତାଙ୍କ ବନ୍ଧକ ଥିବା ଗୃହକୁ ସିଲ୍ କଲା ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କର୍ତ୍ତୃପକ୍ଷ । ୬କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଋଣ ପରିଶୋଧ ମୁତାବକ ବ୍ୟାଙ୍କ ପକ୍ଷରୁ ଋଣ ଗ୍ରହିତାଙ୍କ ଭଦ୍ରକ ଜିଲ୍ଲା ତିହିଡିରେ ବିଭିନ୍ନ ସ୍ଥାନରେ ଥିବା ୫ଟି ଜମି ଓ ତିହିଡି ପୁରୁଣାହାଟ ସ୍ଥିତ ଘର ସହିତ ଭଦ୍ରକ ସହରାଞ୍ଚଳ ଅନ୍ତର୍ଗତ ଜଗନ୍ନାଥପୁରରେ ଏକ ଗୃହକୁ ମଧ୍ୟ ବ୍ୟାଙ୍କ ପକ୍ଷରୁ ସିଲ୍ କରାଯାଇଛି ।

ତିହିଡ଼ି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧିନ ଗୁଡୁପାଳସ୍ଥିତ ଏକ ରାଇସ୍ ମିଲ୍ ପାଇଁ ଏହିସବୁ ଋଣ ନିଆଯାଇଥିଲା। ମାତ୍ର ପରେ ପରିଶୋଧ କରି ନପାରିବାରୁ ବାରମ୍ବାର ଋଣ ଗ୍ରହିତାଙ୍କୁ ନୋଟିସ୍ ଜାରି କରାଯାଇଥିଲା । ମାତ୍ର ସେମାନେ ସମୟ ମୁତାବକ ସହଯୋଗ ନକରିବାରୁ ବ୍ୟାଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି ।

ଏନେଇ ଋଣ ଗ୍ରହିତା ସୁରେନ୍ଦ୍ର କୁମାର ସାହୁଙ୍କ ଜମି ଓ ଘର ଆଦିକୁ ବ୍ୟାଙ୍କ କର୍ତ୍ତୃପକ୍ଷ, ଆଡ଼ଭୋକେଟ, ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ପୋଲିସ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସିଲ୍ କରାଯାଇଛି । ତେବେ ବ୍ୟାଙ୍କରୁ ଋଣ ନେଇଥିବା ଋଣ ଗ୍ରହିତାମାନେ ଉଚିତ୍ ସମୟରେ ଋଣ ପରିଶୋଧ ନକଲେ ସେମାନଙ୍କ ବିରୋଧରେ ମଧ୍ୟ ଏଭଳି ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.