ETV Bharat / state

ଛଅ ଦଫା ଦାବି ନେଇ ସ୍ଥାନୀୟ ଆଞ୍ଚଳିକ ମହିଳା ମଞ୍ଚ ପକ୍ଷରୁ ଧାରଣା - ladies union protest

ଭଦ୍ରକ ବ୍ଲକ ସମ୍ମୁଖରେ ବନ୍ଧଗାଁ ମହିଳା ମହାସଂଘର ସଭାନେତ୍ରୀ ଓ ସମ୍ପାଦିକାଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଛଅ ଦଫା ଦାବି ନେଇ ସ୍ଥାନୀୟ ଆଞ୍ଚଳିକ ମହିଳା ମଞ୍ଚ ପକ୍ଷରୁ ଧାରଣା । ଅଧିକ ପଢନ୍ତୁ...

ladies union protest in bhadrak distict
ଛଅ ଦଫା ଦାବି ନେଇ ସ୍ଥାନୀୟ ଆଞ୍ଚଳିକ ମହିଳା ମଞ୍ଚ ପକ୍ଷରୁ ଧାରଣା
author img

By

Published : Sep 9, 2020, 10:40 PM IST

ଭଦ୍ରକ: ଭଦ୍ରକ ବ୍ଲକ ସମ୍ମୁଖରେ ବନ୍ଧଗାଁ ମହିଳା ମହାସଂଘର ସଭାନେତ୍ରୀ ଓ ସମ୍ପାଦିକାଙ୍କ ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଛଅ ଦଫା ଦାବି ନେଇ ସ୍ଥାନୀୟ ଆଞ୍ଚଳିକ ମହିଳା ମଞ୍ଚ ପକ୍ଷରୁ ଧାରଣା । ଦୀର୍ଘ ବର୍ଷ ଧରି ମହାସଂଘର ସଭାପତି ମିନତୀ ବାରିକ ଓ ସମ୍ପାଦିକା ଚଞ୍ଚଳା ରାଉତ ମନମୁଖୀ କାର୍ଯ୍ୟ କରିବା ସହ, ମହାସଂଘର ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି କରିଥିବା ନେଇ ସ୍ଥାନୀୟ ମହିଳା ମଞ୍ଚ ପକ୍ଷରୁ ଅଭିଯୋଗ କରି ଏହି ଧାରଣା ଦିଆଯାଇଥିବା ଜଣାପଡିଛି ।

ଛଅ ଦଫା ଦାବି ନେଇ ସ୍ଥାନୀୟ ଆଞ୍ଚଳିକ ମହିଳା ମଞ୍ଚ ପକ୍ଷରୁ ଧାରଣା

ଏନେଇ ବାରମ୍ବାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପିଡିଙ୍କୁ ଜଣାଇଥିଲେ ମଧ୍ଯ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ସମ୍ପୃକ୍ତ ସଭାପତି, ସମ୍ପାଦିକା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା ଦିଆଯାଇଛି ବୋଲି ମଞ୍ଚର ସଭ୍ୟା ସୂଚନା ଦେଇଛନ୍ତି ।

ତେବେ ଦାବି ମଧ୍ଯରୁ ସମୟସୀମା ପୁରିବା ପରେ ଦୀର୍ଘ ଆଠ ବର୍ଷ ଧରି ସଭାପତି, ସମ୍ପାଦିକା ପଦରେ ରହିବା, ମହାସଂଘର ଆୟ ଓ ବ୍ୟୟର ହିସାବ ନଦେବା, ମହାସଂଘର କୋଷାଧକ୍ଷଙ୍କୁ ଆର୍ଥିକ ଦେଣନେଣ ବାବଦରେ ନଜଣାଇବା ଅଭିଯୋଗ କରିବା ସହ ତୁରନ୍ତ ମହାସଂଘର ସଭାପତି ଓ ସମ୍ପାଦିକାଙ୍କୁ କାର୍ଯ୍ୟରୁ ବହିଷ୍କାର କରିବା ସହ ନୂତନ ସଭାପତି, ସମ୍ପାଦିକା ପଦବୀ ପାଇଁ ଦାବି କରିଛନ୍ତି ମହିଳା ମଞ୍ଚ ।

ଅନ୍ୟ ପକ୍ଷରେ ସ୍ଥାନୀୟ ସରପଞ୍ଚ ମଧ୍ୟ ଏହି ଦାବିକୁ ସମର୍ଥନ ଜଣାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.