ETV Bharat / state

ପାଣି ପିଇବାକୁ ଯାଇ ଫସିଲେ ଚାଷୀ, ବସିଲା କଙ୍ଗାରୁ କୋର୍ଟ - kangaroo court against farmer

ପାଣି ପିଇବାକୁ ଯାଇ ଫସିଲେ ଚାଷୀ । ବସିଲା କଙ୍ଗାରୁ କୋର୍ଟ, ନିସ୍ତୁକ ମାଡ ସହ ଲକ୍ଷେ ଟଙ୍କା ଜରିମାନା । ଭଦ୍ରକରୁ ଆସିଛି ଏଭଳି ଅଭିଯୋଗ । ଅଧିକ ପଢନ୍ତୁ....

kangaroo court against farmer in bhadrak
ପାଣି ପିଇବାକୁ ଯାଇ ଫସିଲେ ଚାଷୀ, ବସିଲା କଙ୍ଗାରୁ କୋର୍ଟ
author img

By

Published : Aug 30, 2020, 2:10 PM IST

ଭଦ୍ରକ: ପୁଣି ବସିଲା କଙ୍ଗାରୁ କୋର୍ଟ । ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ପରେ ଏକ ଲକ୍ଷ ଟଙ୍କା ଜୋରିମାନା । ଏହା କୈାଣସି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ ଭଦ୍ରକ ସାନକୃଷ୍ନପୁର ପଞ୍ଚାୟତ ଷାଠିଏଚେନ ଗାଁ ଘଟଣା । ଯାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟପାଲଟିଛି ।ସୂଚନା ଅନୁଯାୟୀ , ବାଣ୍ଠିଆ ମଣ୍ଡଳ ନାମକ ଜଣେ ଚାଷୀ, ନିଜ ଧାନ କ୍ଷେତରେ ଚାଷ କାମ କରୁଥିବା ବେଳେ ମୁଣ୍ଡଫଟା ଖରାରେ ଶୋଷ ଲାଗିବାରୁ ନିକଟରେ ଥିବା ଏକ ଘରକୁ ପାଣି ପିଇବାକୁ ଯାଇଥିଲେ । ସେହି ଘରେ ଥିବା ଜଣେ ନାବାଳିକା ଝିଅ ତାଙ୍କୁ ପିଇବା ପାଇଁ ପାଣି ଦେଇଥିଲେ । ପାଣି ପିଇବା ପରେ ନିଜ ଧାନ ବିଲକୁ ଆସି ପୁଣି ଚାଷ କାମ କରିବା ପରେ ଘରକୁ ଫେରିଥିଲେ ।

ପାଣି ପିଇବାକୁ ଯାଇ ଫସିଲେ ଚାଷୀ, ବସିଲା କଙ୍ଗାରୁ କୋର୍ଟ

ହେଲେ ତାଙ୍କ ନାଁରେ ଆସିଥିଲା ଗୁରୁତର ଅଭିଯୋଗ । ଘରେ କେହି ନଥିବା ବେଳେ ନାବାଳିକା ଝିଅକୁ ଟଣା ଓଟରା କରିଥିବାର ସଙ୍ଗୀନ ଅଭିଯୋଗ । ଯାହାକୁ ନେଇ ବସିଲା କଙ୍ଗାରୁ କୋର୍ଟ । ଏହି କୋର୍ଟରେ ପୁର୍ବ ଯୋଜନା ମୁତାବକ ବାଣ୍ଠିଆକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରା ଯାଇଥିଲେ । କେବଳ ସେତିକିରେ ଥମି ନଥିଲା ଲୋକଙ୍କ ରୋଷ ।

ଟଣା ଓଟରା ଅଭିଯୋଗରେ ଏକ ଲକ୍ଷ ଟଙ୍କା ଜୋରିମାନା କରାଯାଇଛି । ତେବେ ଏହି ଘଟଣା ପରେ ପୀଡିତା ଜଣକ ଆଇନର ଦ୍ବାରସ୍ତ ନହୋଇ କଙ୍ଗାରୁ କୋର୍ଟ ବସିଥିଲା କାହିଁକି ? ନା ପ୍ରଚ୍ଛଦପଟରେ ପଟରେ ରହିଛି ଅନ୍ୟକିଛି ଆକ୍ରୋଶ ମୂଳକ ମନୋଭାବ । ତେବେ,ଏହି ଅଭିଯୋଗରେ କେତେ ପରିମାଣରେ ସତ୍ୟତା ରହିଛି ତାହା ମଧ୍ୟ ତଦନ୍ତ ସାପେକ୍ଷ । ସେପଟେ, ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.