ETV Bharat / state

ପଦବୀ ବଞ୍ଚାଇବା ପାଇଁ ମିଛ ତଥ୍ୟ ଦେଉଛନ୍ତି ଡିଗ୍ରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ! - ଭଦ୍ରକ କଲେଜ ଅଧ୍ୟକ୍ଷଙ୍କ ମିଥ୍ୟା ତଥ୍ୟ ଘଟଣା

ପଦବୀ ଓ କ୍ଷମତା ବଞ୍ଚାବା ପାଇଁ ମିଥ୍ୟା ତଥ୍ୟ ଦେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ୱର ଡିଗ୍ରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ(In charge principal) ବିଜୟ କୁମାର ଦାସ । ଅଧିକ ପଢନ୍ତୁ

ପଦବୀ ବଞ୍ଚାଇବା ପାଇଁ false data ଦେଉଛନ୍ତି ଡିଗ୍ରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ

author img

By

Published : Dec 16, 2021, 9:42 PM IST

ଭଦ୍ରକ: ପଦବୀ ଓ କ୍ଷମତା ବଞ୍ଚାବା ପାଇଁ ମିଥ୍ୟା ତଥ୍ୟ ଦେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ୱର ଡିଗ୍ରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ବିଜୟ କୁମାର ଦାସ । ଏକଥା ଆମେ କହୁନୁ ପ୍ରଶାସନ ନିକଟରୁ ଏପରି ସ୍ପଷ୍ଟ ହୋଇଛି । କଲେଜର ଅଧ୍ୟାପକ ମାନଙ୍କ ମଧ୍ଯରେ ବରିଷ୍ଠତା ସମ୍ପର୍କରେ ଅଧ୍ୟକ୍ଷ ଭୁଲ ତଥ୍ୟ ଦେଇ ହରଡଘଣାରେ ପଡିବା ସାର ହୋଇଛି । ଜନ୍ମ ତାରିଖ ମୁତାବକ ବରିଷ୍ଠତା ଭିତ୍ତିରେ ଅଧ୍ୟକ୍ଷ ପଦବୀ ପ୍ରଦାନ କରାଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ 2021 ଅଗଷ୍ଟ ମାସରେ ନୀତିଗତ ନିଷ୍ପତ୍ତି ହୋଇଥିବା ବେଳେ ଭାରପ୍ରାପ୍ତ ଅଧ୍ୟକ୍ଷ ତାକୁ ଲୁଚାଇ ରଖି ରିପୋର୍ଟ ଦାଖଲ କରିିନଥିବା ଜଣାଯାଇଛି । ତେବେ ଅଧ୍ୟକ୍ଷ ପଦବୀର ଦାବିଦାର ହେବାପାଇଁ ଅଧ୍ୟାପକ ଅଚ୍ୟୁତାନନ୍ଦ ମହାନ୍ତି ନିଜର ସମସ୍ତ ପ୍ରମାଣପତ୍ର ସହ ବିଭାଗୀୟ ଅତିରିକ୍ତ ସଚିବଙ୍କ ନିକଟରେ ଦାଖଲ କରିଥିଲେ ।

ପଦବୀ ବଞ୍ଚାଇବା ପାଇଁ false data ଦେଉଛନ୍ତି ଡିଗ୍ରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ

ତାଙ୍କର ପ୍ରମାଣପତ୍ର ଓ ଯଥାର୍ଥତାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ 2021 ନଭେମ୍ବର ମାସରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରାଯିବା ଲାଗି କଲେଜ ପରିଚାଳନା କମିଟିର ସଭାପତି ତଥା ଭଦ୍ରକ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ କରାଯାଇଥିଲା । ଏନେଇ ଉପଜିଲ୍ଲାପାଳ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ବିଜୟ କୁମାର ଦାସଙ୍କୁ ସରକାରଙ୍କ ଗାଇଡଲାଇନ୍ ମୁତାବକ ଅଚ୍ୟୁତାନନ୍ଦ ମହାନ୍ତିଙ୍କ ପ୍ରସ୍ତାବ ଅନୁଯାୟୀ ତାଙ୍କର ଜନ୍ମ ତାରିଖ ପ୍ରମାଣପତ୍ର ସମ୍ପର୍କରେ ରିପୋର୍ଟ ଦାଖଲ କରିବା ଲାଗି ନିର୍ଦ୍ଦେଶ କରିଥିଲେ । ହେଲେ ବିଜୟ କୁମାର ଉକ୍ତ ଆଦେଶ ମୁତାବକ କୌଣସି ରିପୋର୍ଟ ଦାଖଲ କରିନଥିବାରୁ କଲେଜରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।

ଗତ ସପ୍ତାହରେ ଭାରପ୍ରାପ୍ତ ଅଧ୍ୟକ୍ଷ ଦାସଙ୍କୁ ବିରୋଧ କରି କଲେଜରେ ହଟଗୋଳ ପରିସ୍ଥିିତି ସୃଷ୍ଟି ହେବା ସହିତ ଶ୍ରେଣୀଗୃହରେ ତାଲା ମଧ୍ୟ ପଡିଥିଲା । ପରେ ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା ଏବଂ ଦାସଙ୍କୁ ତୁରନ୍ତ ରିପୋର୍ଟ ପ୍ରଦାନ କରିବା ଲାଗି କୁହାଯାଇଥିଲା । ମାତ୍ର ଅଧ୍ୟକ୍ଷ ଦାସ ନିଜର ପଦବୀ ଓ କ୍ଷମତା ଜାହିର ରଖିବା ଲାଗି ପୁନଶ୍ଚ ମିଥ୍ୟା ତଥ୍ୟ ପ୍ରଦାନ କରିଥିବା ଘଟଣା ପଦାକୁ ଆସିଛି । ଏନେଇ ଉପଜିଲ୍ଲାପାଳଙ୍କ ପକ୍ଷରୁ ତାଗିଦ କରାଯିବା ସହିତ ବିଜୟ କୁମାର ସରକାରଙ୍କ ଗାଇଡଲାଇନ୍ ମୁତାବକ ରିପୋର୍ଟ ଦାଖଲ କରିବାରେ ଅବମାନନା କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ସରକାରଙ୍କୁ ଅବଗତ କରାଯିବ ବୋଲି ଉପଜିଲ୍ଲାପାଳ ମନୋଜ କୁମାର ପାତ୍ରଙ୍କ ପକ୍ଷରୁ ସୂଚନା ମିଳିଛି । ହେଲେ ଏନେଇ ବିବାଦରେ ପଡିଥିବା କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ବିଜୟ କୁମାର ଦାସ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.