ETV Bharat / state

ଶାନ୍ତି ଶୃଙ୍ଖଳା ସହ ଭଦ୍ରକରେ ମା' ଦୁର୍ଗାଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ

ଭଦ୍ରକରେ ମା' ଦୁର୍ଗାଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନିରାଡ଼ମ୍ବର ଭାବେ ଏହି ଭସାଣୀ ଉତ୍ସବ କରାଯାଇଥିଲା। କଟକଣା ଯୋଗୁଁ ମା'ଙ୍କ ବିଦାୟ ଯାତ୍ରାରେ ସିନ୍ଦୂର ଅର୍ପଣ କାର୍ଯ୍ୟକ୍ରମ କରାଯାଇନାହିଁ। ଅଧିକ ପଢ଼ନ୍ତୁ...

author img

By

Published : Oct 27, 2020, 7:39 PM IST

ଶାନ୍ତି ଶୃଙ୍ଖଳାର ସହ ଭଦ୍ରକରେ ମା' ଦୁର୍ଗାଙ୍କର ଭସାଣୀ ଉତ୍ସବ ଅନୁଷ୍ଠିତ

ଭଦ୍ରକ: ଭଦ୍ରକରେ ଆଜି ଦେବୀ ମା' ଦୁର୍ଗାଙ୍କର ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 3 ଦିନ ଧରି ପୂଜା ମଣ୍ଡପରେ ମା'ଙ୍କ ପୂଜାର୍ଚ୍ଚନା ପରେ ଆଜି (ମଙ୍ଗଳବାର) ମା'ଙ୍କ ମୃଣ୍ମୟୀ ମୁର୍ତ୍ତିଙ୍କୁ ବିସର୍ଜନ କରାଯାଇଛି। ନିରାଡ଼ମ୍ବର ଭାବେ ଏହି ଭସାଣୀ ଉତ୍ସବ କରାଯାଇଥିଲା। କୋଭିଡ କଟକଣା ଯୋଗୁଁ କୌଣସି ସାଜସଜ୍ଜା କରାଯାଇନଥିଲା। ସମସ୍ତ ପୂଜା ମଣ୍ଡପ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହ ଭସାଣୀ ଉତ୍ସବ କରାଯାଇଥିଲା।

ଏନେଇ ବିଭିନ୍ନ ପୂଜାମଣ୍ଡପ ମାନଙ୍କରେ ମା'ଙ୍କୁ ବିଦାୟକାଳୀନ ପୂଜାର୍ଚ୍ଚନା କରାଯାଇଥିଲା। କୋରୋନା କଟକଣା ଯୋଗୁଁ ମା'ଙ୍କ ବିଦାୟ ଯାତ୍ରାରେ ମହିଳାଙ୍କ ଦ୍ବାରା ସିନ୍ଦୂର ଅର୍ପଣ କାର୍ଯ୍ୟକ୍ରମ କରାଯାଇପାରିନଥିଲା। ଦେବୀଙ୍କ ବିଦାୟ ଯାତ୍ରାରେ ମହିଳାମାନଙ୍କ ଦ୍ଵାରା ମା'ଙ୍କ ମସ୍ତକରେ ସିନ୍ଦୂର ଅର୍ପଣ କରାଯାଇଥାଏ।

ବିଭିନ୍ନ ପୂଜା ମଣ୍ଡପ ମଧ୍ୟରୁ ବଙ୍କ ବାସୁଳୀ, ଗବଶାହି, ବାଇପାସ, ଗାନ୍ଧି ପଡ଼ିଆ, ବାଗୁରାଇ, ସାମରାଇପୁର, ସନ୍ଥିଆ, ନୀଳକଣ୍ଠପୁର, ଲାହାପଟି, ପାଟଣା ସାହି ଆଦି ପୂଜା ମଣ୍ଡପ ପକ୍ଷରୁ ମା'ଙ୍କ ଭସାଣୀ ଉତ୍ସବ କରାଯାଇଥିଲା। କୌଣସି ପୂଜା କମିଟି ପକ୍ଷରୁ ଭସାଣୀ ଉତ୍ସବରେ ଶୋଭାଯାତ୍ରା କି ରୋଷଣୀ କରାଯାଇନଥିଲା।

ମୃଣ୍ମୟୀ ମୁର୍ତ୍ତି ଗୁଡି଼କୁ ପ୍ରଶାସନିକ କଟକଣା ମଧ୍ୟରେ ନିଆଯାଇଥିଲା। ପ୍ରଶାସନ ତରଫରୁ ମା'ଙ୍କ ବିସର୍ଜନ ପାଇଁ ସାଳନ୍ଦି ନଦୀ ତଥା ଡଗମୁଣ୍ଡରେ ସ୍ଵତନ୍ତ୍ର ସ୍ଥଳୀ କରାଯାଇଥିଲା। ଶାନ୍ତି ଶୃଙ୍ଖଳାର ସହ ମା'ଙ୍କୁ ବିଦାୟ ଦିଆଯାଇଛି। ଭସାଣୀ ଉତ୍ସବକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥଲିା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.