ETV Bharat / state

ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା, ପତ୍ନୀହନ୍ତା ଗିରଫ

ସାତ ଜନମର ସାଥୀ ହୋଇ ରହିବାକୁ ହାତ ଧରିଥିବା ସ୍ତ୍ରୀର ଜୀବନ ନେଲା ସ୍ବାମୀ । ଏଭଳି ଅମାନବୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂଷରୀ ଥାନା କୋଠାର ଗ୍ରାମରେ । ନିଜ ସ୍ତ୍ରୀ ରଶ୍ମିତାର ଚରିତ୍ରକୁ ସନ୍ଦେହ କରି ଅଭିଯୁକ୍ତ ସ୍ବାମୀ ସଞ୍ଜୟ ଟାଙ୍ଗିଆରେ ହାଣି ହତ୍ୟା କରିଛି ।

author img

By

Published : Aug 9, 2019, 2:12 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ସନ୍ଦେହ ସବୁ ସମ୍ପର୍କକୁ ବିଗାଡି ଦିଏ । ସନ୍ଦେହ ପାଖରେ ଭଲ ପାଇବାର ମାନେ କିଛି ନଥାଏ । ଆଉ ଥରେ ସାତ ଜନମର ସମ୍ପର୍କରେ ସନ୍ଦେହ ଭଳି ଶଦ୍ଦ ଆସିଲେ ସୁନା ସଂସାରକୁ ମଧ୍ୟ ଉଜାଡି ଦିଏ । ଯାହାର ଜ୍ବଳନ୍ତ ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧୂଷରୀ ଥାନା କୋଠାର ଗ୍ରାମରେ । ନିଜ ପତ୍ନୀର ଚରିତ୍ରକୁ ସନ୍ଦେହ କରି ସାତ ଜନମର ସାଥୀ ହୋଇ ରହିବାକୁ ହାତ ଧରିଥିବା ସ୍ବାମୀ ନେଇଛି ଜୀବନ । ଟାଙ୍ଗିଆରେ ହାଣି ସ୍ତ୍ରୀକୁ କରିଛି ହତ୍ୟା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

କୋଠାର ଗ୍ରାମର ସଞ୍ଜୟ ମହାଳିକ ପଞ୍ଜାବର ଏକ ସୂତା ମିଲରେ କାମ କରୁଛି । ଗତ 2 ଦିନ ପୂର୍ବେ ସଞ୍ଜୟ ନିଜ ଘରକୁ ଆସିଥିଲା । କିନ୍ତୁ କୌଣସି କାରଣରୁ ତାଙ୍କୁ ନିଜ ସ୍ତ୍ରୀ ରଶ୍ମିତା ମହାଳିକର ଚରିତ୍ରକୁ ନେଇ ସନ୍ଦେହ ହୋଇଥିଲା । ଆଉ ଏହି ସନ୍ଦେହ ଉଭୟଙ୍କ ମଧ୍ୟରେ ବିବାଦର ରୂପ ନେଇଥିଲା । କ୍ରମଶଃ ସଞ୍ଜୟର ସନ୍ଦେହର ସୀମା ମଧ୍ୟ ବଢିବାରେ ଲାଗିଥିଲା । ଆଉ ସଞ୍ଜୟର ଏହି ସନ୍ଦେହ ନେଇଥିଲା ରଶ୍ମିତାର ଜୀବନ । ଏକ ଟାଙ୍ଗିଆରେ ସେ ରଶ୍ମିତାକୁ ହାଣି ହତ୍ୟା କରିଛି ।

ସେପଟେ ଘଟଣାର ଖବର ପାଇ ଧୂଷୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରଶ୍ମିତାର ମୃତଦେହକୁ ଜବତ କରିଥିଲା । ପରେ ଏହାକୁ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏଥିସହ ଅଭିଯୁକ୍ତ ସ୍ବାମୀ ସଞ୍ଜୟକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ୱାମୀ। ଭଦ୍ରକ ଜ଼ିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ କୋଠାର ଗ୍ରାମରେ ଘଟିଛି ଏହିପରି ଅଭାବନୀୟ ଘଟଣା।Body:ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ୱାମୀ। ଭଦ୍ରକ ଜ଼ିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ କୋଠାର ଗ୍ରାମରେ ଘଟିଛି ଏହିପରି ଅଭାବନୀୟ ଘଟଣା। ସ୍ତ୍ରୀର ଚରିତ୍ରକୁ ସଂଧେୟ କରି ସ୍ୱାମୀ ଏହିପରି ଅଭାବନୀୟ କାଣ୍ଡ ଘଟାଇଥିବା ଜଣାପଡିଛି। ସୂଚନା ଅନୁଯାଇ କୋଠାର ଗ୍ରାମର ସଂଜୟ ମହାଳିକ ପଞ୍ଝାବ ର ଏକ ସୁତାମିଲରେ କାମ କରନ୍ତି। ତେବେ ଗତ ଦୁଇ ଦିନ ପୂର୍ବେ ନିଜ ଘରକୁ ଆସିଥିଲେ ସଂଜୟ। ପରେ ସ୍ତ୍ରୀ ରଶ୍ମିତା ମହାଳିକଙ୍କ ଚରିତ୍ରକୁ ସଂଧେୟ କରି ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ। ଶେଷରେ ଏହି ବିବାଦ ଉଗ୍ର ହୋଇଥିଲାା। ସ୍ୱମୀ ସଂଜୟ ଏହି ଘଟଣାକୁ ନେଇ ରଶ୍ମିତାକୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଖବର ପାଇ ଧୂଷୁରୀ ପୋଲିସ ଘଟଣା ସ୍ଥଳରେ ପହଁଚି ରଶ୍ମିତାଙ୍କ ମୃତ ଦେହକୁ ଜବତ କରି ଵେବଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସୟାଳୟକୁ ପଠାଇଛି। ଏଥିସହ ଅବିଯୁକ୍ତ ସ୍ୱମୀ ସଂଜୟ ଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.