ETV Bharat / state

ଆସୁଛନ୍ତି ରାଜନାଥ ସିଂହ, ସହିଦଙ୍କ ଉପରେ କଣ କହିବେ ରହିଛି ନଜର

ଭଦ୍ରକ ଆସୁଛନ୍ତି ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ । ରାଣୀତାଲ ପଡିଆ ଠାରେ ଏକ ସାଧାରଣ ସଭାରେ ଦେବେ ଯୋଗ । ଏହି ଅବସରରେ ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜର ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବେ କେନ୍ଦ୍ରମନ୍ତ୍ରୀ ।

author img

By

Published : Feb 17, 2019, 12:24 PM IST

Updated : Feb 17, 2019, 12:30 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ଭଦ୍ରକ: ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଭଦ୍ରକ ଉପକଣ୍ଠ ରାଣୀତାଲରେ ଆୟୋଜିତ ଏକ ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଦେବେ ଯୋଗ । ଆଗକୁ ନିର୍ବାଚନ ରହିଛି । ଏହା ପୂର୍ବରୁ ରାଜନାଥ ସିଂହଙ୍କ ଏହି ଗସ୍ତ ଜିଲ୍ଲାରେ ବିଜେପି କେତେ ସକ୍ରିୟ ତାର ପ୍ରମାଣ ଦେବାକୁ ଯାଉଛି । ବିଜେଡି ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ ସାମଲ ତାଙ୍କ ଘରୋଇ କଲେଜରେ ଦୁର୍ନୀତି ଅଭିଯୋଗକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେପଟେ ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ବିଜେପି ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖରେ ରହିଛି । ତେଣୁ ଆଜିର ସମାବେଶ ଉପରେ ସାରା ଓଡ଼ିଶାର ରାଜନୈତିକ ଦୃଷ୍ଟି କୋଣରୁ ନଜର ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
undefined

ସେପଟେ ନିକଟରେ ପୁଲଓ୍ବାମା ଆକ୍ରମଣରେ ସହିଦ ହୋଇଛନ୍ତି ଦେଶର 45 ଯବାନ । ଯେଉଁଥିରେ ରହିଛନ୍ତି 2 ଓଡ଼ିଆ । ବିଳମ୍ବିତ ରାତିରେ 2 ସହିଦ ଯବାନଙ୍କ ଶେଷକୃତ୍ୟ ଶେଷ ହୋଇଛି । ଶହୀଦଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗର ହାତ ବଢାଇଛନ୍ତି । ଯେହେତୁ ନିଜେ ଗୃହମନ୍ତ୍ରୀ ଜମ୍ମୁରେ ନିଜେ ସହିଦଙ୍କ ମର ଶରୀରକୁ କାନ୍ଧ ଦେଇଥିଲେ, ତେଣୁ ଆଜିର ସମାବେଶରେ ଦେଶ ଉଦ୍ଦେଶ୍ୟରେ ରାଣୀତାଲରୁ ସହିଦ ମନୋଜ ବେହେରା ଓ ପ୍ରସନ୍ନ ସାହୁଙ୍କ ଉଦ୍ଦେଶ୍ୟରେ କହିବେ ବୋଲି ଆଶା ରଖିଛନ୍ତି ରାଜ୍ୟବାସୀ ।

ତେବେ ରାଜନାଥଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

Conclusion:
Last Updated : Feb 17, 2019, 12:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.