ETV Bharat / state

ବାଇକକୁ ପିଟିଲା ହାଇୱା: ଜଣେ ମୃତ, କ୍ଷତିପୂରଣ ପ୍ରତିଶୃତି ପରେ ଉଠିଲା ରାସ୍ତାରୋକ - bike

ଭଦ୍ରକ ବନ୍ତ ବ୍ଲକ ଅନ୍ତର୍ଗତ ଟିଲୋ କେନାଲ ବନ୍ଧ ଛକରେ ରବିବାର ବିଳମ୍ବିତ ରାତିରେ ବାଇକକୁ ଧକ୍କା ଦେଲା ବାଲି ବୋଝେଇ ହାଇୱା । ଫଳରେ ବାଇକରେ ଯାଉଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ମୃତ ଓ ଜଣେ ଗୁରୁତର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 8, 2019, 12:01 PM IST

ଭଦ୍ରକ: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭଦ୍ରକ ବନ୍ତ ବ୍ଲକ ଅନ୍ତର୍ଗତ ଟିଲୋ କେନାଲ ବନ୍ଧ ଛକରେ ରବିବାର ବିଳମ୍ବିତ ରାତିରେ ବାଇକକୁ ଧକ୍କା ଦେଲା ବାଲି ବୋଝେଇ ହାଇୱା । ଫଳରେ ବାଇକରେ ଯାଉଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ମୃତ ଓ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଫଳରେ ରାତିରେ କ୍ଷତିପୂରଣ ଦାବିରେ ସ୍ଥାନୀୟବାସିନ୍ଦା ରାସ୍ତାରୋକ କରିଥିଲେ ।

ସୂଚନାନୁଯାୟୀ ଦୁର୍ଘଟଣାରେ ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ ଏକଜାଟିଆ ଗ୍ରାମର ପ୍ରଭାତ ମହାନ୍ତିଙ୍କ ମୃତ୍ୟୁ ହୋଇଥିଲା । ଅବିନାଶ ନାଥ ନାମକ ଏକ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥଲେ । ତେବେ ଆହତଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ଘଟାଇଥିବା ହାଇୱାକୁ ପୋଲିସ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଦୁର୍ଘଟଣା ପରେ ସ୍ଥାନୀୟ ଜନସାଧାରଣ କ୍ଷତିପୂରଣ ଦାବି କରିବା ସହ ଭଦ୍ରକ-ଆନନ୍ଦପୁର ରାସ୍ତାରେ ଭାରି ଯାନ ଚଳାଚଳ ନେଇ ସମୟ ନିର୍ଘଣ୍ଟ ଦାବି କରି ବନ୍ତଠାରେ ରାସ୍ତାରୋକ କରିଥିଲେ । ଏଥିସହ ଘଟଣାସ୍ଥଳରେ ଚାପା ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା । ପରେ ପ୍ରଶାସନ 50 ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଏହାସହ ଆଜିଠୁ 7 ଦିନ ପାଇଁ ସେହି ରାସ୍ତା ଦେଇ ଭାରି ଯାନ ଚଳାଚଳ ସ୍ଥଗିତ ରଖାଯାଇଛି । 7 ଦିନ ପରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି କ୍ରମେ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:Body:

BLANK  FOR LINK 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.