ETV Bharat / state

ଭଦ୍ରକାଳୀଙ୍କ ପୀଠରେ ବନ୍ଦ ରହିଲା ଘୋଡ଼ା ମେଳଣ ପର୍ବ - have no devotees in bhadrakali temple due to lockdown

ଲକ୍ ଡାଉନ ଯୋଗୁଁ ଭଦ୍ରକାଳୀଙ୍କ ପୀଠରେ ବନ୍ଦ ରହିଲା 5 ଶହ ବର୍ଷର ଘୋଡ଼ା ମେଳଣ ପର୍ବ । ଭକ୍ତଙ୍କ ବିନା ଶୂନଶାନ ମାଆଙ୍କ ମନ୍ଦିର । ଅଧିକ ପଢନ୍ତୁ.....

have no devotees in bhadrakali temple due to lockdown
ଭଦ୍ରକାଳୀଙ୍କ ପୀଠରେ ବନ୍ଦ ରହିଲା ଘୋଡ଼ା ମେଳଣ ପର୍ବ
author img

By

Published : Apr 13, 2020, 7:34 PM IST

ଭଦ୍ରକ : ଲକ୍ ଡାଉନ କଟକଣା ଯୋଗୁଁ ଭଦ୍ରକାଳୀଙ୍କ ପୀଠ ଶୂନସାନ। ପୀଠରେ ବନ୍ଦ ରହିଲା 5 ଶହ ବର୍ଷର ଐତିହାସିକ ଘୋଡ଼ା ମେଳଣ ପର୍ବ । ମା’ଙ୍କ ପୀଠରେ ଏହି ଘୋଡ଼ା ମେଳଣର ଏକ ସ୍ୱତନ୍ତ୍ର ଆକର୍ଷଣ ରହିଛି। ପରମ ବୈଷ୍ଣବୀ ଭଦ୍ରକାଳୀ ଏହି ଚଇତି ଘୋଡ ମେଳଣ ଦିନ ବାସୁଳୀ ରୁପରେ ଦର୍ଶନ ଦେଇଥାନ୍ତି। ଏହି ରୂପରେ କୈବର୍ତ୍ତ ମାନେ ମାଙ୍କୁ ଦର୍ଶନ କରିବା ପରେ ମାନସିକ ପୂରଣ କରିବା ପାଇଁ ମେଳନ ପଡ଼ିଆରେ ଆତସବାଜୀ ସହ ଘୋଡ଼ା ନାଚ କରିଥାନ୍ତି। ଯାହାକି ବେଶ ନିଆରା।

ଭଦ୍ରକାଳୀଙ୍କ ପୀଠରେ ବନ୍ଦ ରହିଲା ଘୋଡ଼ା ମେଳଣ ପର୍ବ

ତେବେ ଲକ୍ ଡାଉନ କଟକଣାକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ବନ୍ଦ କରାଯାଇଥିଲା। କେବଳ ଦୁଇଜଣ ପୂଜକଙ୍କ ଦ୍ୱାରା ମନ୍ଦିର ପରିସରରେ ମାଙ୍କର ପୂଜାନୀତି ଅନୁଷ୍ଠିତ ହୋଇଯାଇଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.