ETV Bharat / state

ଭିନ୍ନ ଭିନ୍ନ ସ୍ଥାନରେ ଗୋଷ୍ଠୀ ସଂଘର୍ଷ, ମାରପିଟରେ କମ୍ପିଲା ଗାଁ ଦାଣ୍ଡ

author img

By

Published : Jun 11, 2021, 9:55 PM IST

ଧାମନଗର ଥାନା ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ଗୋଷ୍ଠୀ ସଂଘର୍ଷ । ଉଭୟ ପକ୍ଷ ଲୋକ ଆହତ ହୋଇଥିଲା ବେଳେ ଥାନାରେ ରୁଜୁ ହୋଇଛି ମାମଲା । ଅଧିକ ପଢନ୍ତୁ..

ଭିନ୍ନ ଭିନ୍ନ ସ୍ଥାନରେ ଗୋଷ୍ଠୀ ସଂଘର୍ଷ , ମାଡପିଟରେ କମ୍ପିଲା ଗାଁଦାଣ୍ଡ

ଭଦ୍ରକ: ଧାମନଗର ଥାନା ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ଗୋଷ୍ଠୀ ସଂଘର୍ଷ। ଉଭୟ ପକ୍ଷ ଲୋକ ଆହତ ହୋଇଥିଲାବେଳେ ଥାନାରେ ରୁଜୁ ହୋଇଛି ମାମଲା ।

ତଥ୍ୟ ଅନୁସାରେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଦଇପୁର ପଞ୍ଚାୟତ ଅନ୍ତର୍ଗତ ଠାକୁରପାଟଣା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିବାଦ ଉପୁଜିଥିଲା। ଉଭୟ ପକ୍ଷ ପ୍ରଥମେ କଥା କଟାକଟି ହେବା ପରେ ମୁହାଁମୁହିଁ ହୋଇଥିଲେ। ଉଭୟ ଉଭୟଙ୍କୁ ଅମାନୁଷିକ ଭାବେ ଆକ୍ରମଣ ପ୍ରତି ଆକ୍ରମଣ କରିଥିଲେ। ତେବେ ଉଭୟ ପକ୍ଷ ପକ୍ଷରୁ ଧାମନଗର ଥାନାରେ ଲିଖିତ ଏତଲା ଦେଇଥିବା ଜଣାପଡିଛି।

ସେହିପରି ଅନ୍ୟ ଏକ ଘଟଣାରେ ରମେଶ୍ଵରପୁର ପଞ୍ଚାୟତ ଅନ୍ତର୍ଗତ ମଳିକସାହି ନିକଟରେ ଫୁଲ ଗଛ ମୂଳରେ ଗୋଟିଏ ପକ୍ଷ ଶୌଚ କରିବା ଘଟଣାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପରେ ଏହି ଘଟଣାକୁ ନେଇ ଉଭୟ ପକ୍ଷ ମୁହାଁମୁହିଁ ହେବା ସହ ପରିସ୍ଥିତି ଉଗ୍ରରୂପ ନେଇଥିଲା। ଏନେଇ ଧାମନଗର ଥାନାରେ ମଧ୍ୟ ଏତଲା ହୋଇଥିବା ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.