ETV Bharat / state

ବାଡି ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ, 5 ଆହତ

author img

By

Published : Mar 22, 2019, 5:30 PM IST

ଦୋଳ ମେଳଣବେଳେ ପାରମ୍ପରିକ ବାଡି ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ । ଏଥିରେ 5 ଜଣ ଆହତ ହୋଇଛନ୍ତି । ପୋଲିସ 8 ଜଣକୁ ଅଟକ ରଖି ଚଦନ୍ତ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ଭଦ୍ରକ: ଦୋଳ ମେଳଣ ବେଳେ ପାରମ୍ପରିକ ବାଡି ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି 5ଜଣ ଆହତ ହୋଇଛନ୍ତି । ଏନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ 8ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ଅନୁଯାୟୀ, ମାଳଦା ପଞ୍ଚାୟତ ଅନ୍ତର୍ଗତ ସାରଣାଠାରେ ଦୋଳ ପୂର୍ଣ୍ଣିମା ଅବସରରେ ରାଧା ଗୋବିନ୍ଦଙ୍କୁ ଶୋଭାଯାତ୍ରାରେ ନେଉଥିବାବେଳେ ବାଡିଖେଳ ହେଉଥିଲା । ଏହି ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା । ଏ ନେଇ ଭଣ୍ଡାରୀ ପୋଖରୀ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ବାଲେଶ୍ୱର ରାଜିନୀତି ଆକାଶରେ ଏବେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି। ସଦରରେ ବିଧାୟକ ଓ ସାଂସଦ ବିଜେଡି ଦଳର ହୋଇଥିବା ବେଳେ ବାଲେଶ୍ୱର ସହରରେ ଦେଖା ଦେଇଛି। ସହରର ଉନ୍ନତିରେ ଅବହେଳା କଥା ଆଜି ବିଜେପି ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Body:ଲେଖାଶ୍ରୀଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ 19 ବର୍ଷ ଧରି ଜିଲ୍ଲାର 7ଟି ନିର୍ବାଚନ ମଣ୍ଡଳୀରୁ 6ଟି ଆସନ ବିଜେଡି ପାଖରେ ଥିବା ବେଳେ ବାଲେଶ୍ୱରବାସୀଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଅସମର୍ଥ ହୋଇଛନ୍ତି। ବାଲେଶ୍ୱରରେ ସିଟି ବସ ସେବା ଆରମ୍ଭ ହେଉ ହେଉ ପୁଣି ବନ୍ଦ ହୋଇ 10ଟି ବସ ଖତ ଖାଉଛି। ଅଳିଆ ଆବର୍ଜନାରେ ସହର ପରିପୂର୍ଣ୍ଣ ହୋଇଥିବା ବେଳେ ଏଥିପ୍ରତି କାହାରି ଦୃଷ୍ଟି ନାହିଁ। ଏହାସହ ଲେଖାଶ୍ରୀ ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସାଂସଦ ଶ୍ରୀ ଜେନା କେବଳ ପ୍ରକଳ୍ପ ଉଦ୍ଘାଟନ କରିବାରେ ବ୍ୟସ୍ତ। ଉତ୍ତର ବାଲେଶ୍ୱରର ପାନ ଓ ଖଡ଼ି କୁ ଏଯାଏ ସରକାରୀ ମାନ୍ୟତା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି। ବମାପଦା ଠାରେ ଥିବା କୁଷ୍ଠାଶ୍ରମ ପ୍ରତି ସାଂସଦ କେବେ ନଜର ଦେଇ ନଥିବା ଲେଖାଶ୍ରୀ କହିଛନ୍ତି। ଏଥିପାଇଁ ଏଥର ନିର୍ବାଚନରେ ବିଜେଡି ସରକାର ବଦଳିବାର ବେଳ ଆସିଛି। ଭୋଟରମାନେ ଉପଯୁକ୍ତ ପ୍ରାର୍ଥୀ ତଥା ବିଜେପି ଦଳକୁ ଭୋଟ ଦେବାପାଇଁ ସେ ଆହ୍ୱାନ ଦେଇଛନ୍ତି।

Conclusion:ତେବେ ବାଲେଶ୍ୱରର ବିଭିନ୍ନ ସମସ୍ୟା ନେଇ ଲେଖାଶ୍ରୀ ଅନେକ ଥର ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରୁଥିବା ବେଳେ ଲୋକସଭା ପ୍ରାର୍ଥୀ ହେବେ କି ସେ ନେଇ କିଛି ସ୍ପଷ୍ଟ କରୁନାହାନ୍ତି। ଅନ୍ୟପଟେ ଦଳର ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ବିଜେପିରେ ମିଶିବାକୁ ଥିବା ଖାରବେଳ ସ୍ବାଇଁଙ୍କ ନାଁ ମଧ୍ୟ ଲୋକସଭା ପ୍ରାର୍ଥୀ ପାଇଁ ଆସୁଛି ବୋଲି ଚର୍ଚ୍ଚା ହେଉଛି।
ବାଇଟ- ଲେଖାଶ୍ରୀ ସାମନ୍ତ ସିଂହାର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.