ETV Bharat / state

ଅଲ୍ଟୋରେ ଆସି ଲୁଟିଥିଲେ ବୋଲେରୋ, 5 ଆନ୍ତରାଜ୍ୟ ଲୁଟେରା ଗିରଫ

author img

By

Published : Mar 27, 2021, 10:53 PM IST

ଶେଷରେ ଚାରି ଚକିଆ ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଧରିଲା ଭଦ୍ରକ ଜିଲ୍ଲା ପୋଲିସ। ଏହି ଘଟଣାରେ ପାଞ୍ଚ ଜଣ ଲୁଟେରାଙ୍କୁ ଗିରଫ ସହ ବୋଲେରୋ ସମେତ ଏକ ଅଲ୍ଟୋ 800 କାର ଜବତ। ଅଧିକ ପଢନ୍ତୁ...

5 ଲୁଟେରା ଗିରଫ
5 ଲୁଟେରା ଗିରଫ

ଭଦ୍ରକ: ଶେଷରେ ଚାରି ଚକିଆ ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଧରିଲା ଭଦ୍ରକ ଜିଲ୍ଲା ପୋଲିସ। ଏହି ଘଟଣାରେ ପାଞ୍ଚ ଜଣ ଲୁଟେରାଙ୍କୁ ଗିରଫ ସହ ବୋଲେରୋ ସମେତ ଏକ ଅଲ୍ଟୋ 800 କାର ଜବତ।

5 ଲୁଟେରା ଗିରଫ

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆର୍ନପାଳ ବଜାରରୁ ଗତ ମାର୍ଚ୍ଚ 17 ତାରିଖ ଦିନ ଏକ ବୋଲେରୋ ଗାଡ଼ି ଚୋରି ହୋଇଥିଲା। ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପରେ ନିକଟସ୍ଥ ସିସିଟିଭିର ଫୁଟେଜ ଆଧାରରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା।

ଏକ ଅଲ୍ଟୋ 800 କାରରେ 5 ଜଣ ଲୁଟେରା ଆସି ଉକ୍ତ ବୋଲେରୋ ଗାଡ଼ିକୁ ଲୁଟ କରିଥିବା ଜାଣିବାକୁ ପାଇଥିଲା ପୋଲିସ। ଲୁଟେରାମାନେ ଆସିଥିବା ଅଲ୍ଟୋ 800 କାରଟି ରାଇରଙ୍ଗପୁର ଅଞ୍ଚଳର ବୋଲି ଜଣାପଡ଼ିବା ପରେ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ରାଇରଙ୍ଗପୁର ଯାଇଥିଲା।

ହେଲେ ଲୁଟେରାମାନେ ସେଠାରୁ ଟାଟା ନଗର ଚାଲିଯାଇଥିଲେ ଓ ପରେ ପୁଣି ରାଇରଙ୍ଗପୁର ଆସିଥିବାବେଳେ ସେମାନଙ୍କ ପିଛା କରି ଶେଷରେ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ। ପରେ ଏହି ଲୁଟେରାମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଏନେଇ ଏକ ପ୍ରେସ ବିବୃତ୍ତିରେ ସ୍ପଷ୍ଟ କରିଛି ଭଦ୍ରକ ଜିଲ୍ଲା ପୋଲିସ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.