ETV Bharat / state

ଫେବ୍ରିକେସନ ଫ୍ୟାକ୍ଟରୀରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଊର୍ଦ୍ଧ ଟଙ୍କାର ସମ୍ପତ୍ତି

ଭଦ୍ରକରେ ଅଗ୍ନିକାଣ୍ଡ ଘଟି ଏକ କୋଟିରୁ ଊର୍ଦ୍ଧ ଟଙ୍କାର ସମ୍ପତ୍ତି ନଷ୍ଟ । ବାସୁଦେବପୁର ପୌରପାଳିକାସ୍ଥିତ ଦେଉଳି ଛକରେ ଥିବା ଫେବ୍ରିକେସନ ଫ୍ୟାକ୍ଟରୀରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିବା ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ଏହି ନିଆଁ ବ୍ୟାପି ଯାଇଥିଲା । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି ଅଗ୍ନିଶମ ବାହିନୀ । ଅଧିକ ପଢ଼ନ୍ତୁ

author img

By

Published : Aug 27, 2022, 10:31 PM IST

ଫେବ୍ରିକେସନ ଫ୍ୟାକ୍ଟରୀରେ ଅଗ୍ନିକାଣ୍ଡ
ଫେବ୍ରିକେସନ ଫ୍ୟାକ୍ଟରୀରେ ଅଗ୍ନିକାଣ୍ଡ

ଭଦ୍ରକ: ବାସୁଦେବପୁର ପୌରପାଳିକାସ୍ଥିତ ଦେଉଳି ଛକରେ ଥିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ କୌଣସି ଜୀବନ ହାନି ହୋଇନଥିବା ବେଳେ ଏକ କୋଟିରୁ ଊର୍ଦ୍ଧ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି । ତେବେ ଏହି ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରିନାହିଁ ।

ଫେବ୍ରିକେସନ ଫ୍ୟାକ୍ଟରୀରେ ଅଗ୍ନିକାଣ୍ଡ

ସୂଚନା ଅନୁଯାୟୀ ଦେଉଳି ଛକସ୍ଥିତ ମାର୍କେଟରେ ଥିବା ଏକ ଫେବ୍ରିକେସନ ଫ୍ୟାକ୍ଟରୀରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା । ଚାହୁଁ ଚାହୁଁ ଆଖାପାଖ ସମ୍ପୂର୍ଣ୍ଣ ଅଞ୍ଚଳକୁ ନିଆଁ ବ୍ୟାପି ଯାଇଥିଲା । ଫଳରେ ସେଠାରେ ଥିବା କିଛି କର୍ମଚାରୀ ବାହାରକୁ ଆସି ପରିନଥିଲେ । ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେବାପରେ ଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ଗାଡି ପହଞ୍ଚିଥିଲା । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଭିତରେ ଫସିଥିବା ଲୋକଙ୍କୁ ଦଉଡି ପକାଇ ଉଦ୍ଧାର କରିବା ସହ ନିଆଁକୁ ଆୟତ୍ତ କରିଥିଲେ । ସୌଭାଗ୍ୟ ବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ହୋଇନଥିବା ବେଳେ ପ୍ରାୟ ଏକ କୋଟିରୁ ଊର୍ଦ୍ଧ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ତେବେ ଏହି ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.