ETV Bharat / state

ନିଆଁର ଆଁରେ ଜଳିଗଲା ୭ ବଖରା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ - ଭଦ୍ରକରେ ଅଗ୍ନିକାଣ୍ଡ

ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଞ୍ଚାୟତ ରାହାଞ୍ଜ ସାହିରେ ଅଗ୍ନିକାଣ୍ଡ । ଜଳି ପୋଡି ପାଉଁଶ ହୋଇଗଲା 7 ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଅଧିକ ପଢନ୍ତୁ

ନିଆଁର ଆଁରେ ଜଳିଗଲା ୭ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

author img

By

Published : Apr 25, 2022, 11:12 AM IST

ଭଦ୍ରକ: ଅଗ୍ନିକାଣ୍ଡରେ ଜଳି ପୋଡି ପାଉଁଶ ହୋଇଗଲା 7 ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଏଭଳି ଘଟଣା ଘଟିଛି ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଞ୍ଚାୟତ ରାହାଞ୍ଜ ସାହିରେ । ଗତକାଲି ବିଳମ୍ବିତ ରାତି ପ୍ରାୟ 3 ଟା ସମୟରେ ଅଗ୍ନିକାଣ୍ଡ ଘଟି ପ୍ରହଲ୍ଲାଦ ସାହୁଙ୍କ 7 ବଖରା ଘର ଜଳି ଭସ୍ମୀଭୂତ ହୋଇଯାଇଥିବା ସୂଚନା ମିଳିଛି ।

ନିଆଁର ଆଁରେ ଜଳିଗଲା ୭ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ

ଘରେ ସମସ୍ତେ ଶୋଇଥିବା ଅବସ୍ଥାରେ ହଠାତ ଘରେ ନିଆଁ ଲାଗିଥିବା ଜାଣିପାରି ପରିବାର ଲୋକ ଜୀବନ ବିକଳରେ ଘରୁ ବାହାରି ଆସିଥିଲେ । କିନ୍ତୁ ଘର ଭିତରେ ଗଚ୍ଛିତ ଥିବା ଧାନ, ଚାଉଳ, ସୁନା ଓ ନଗଦ ଟଙ୍କା ବାହାରକୁ ଆଣି ପାରିନଥିଲେ, ଫଳରେ ନିଆଁର ଆଁରେ ସବୁକିଛି ପୋଡି ପାଉଁଶ ହୋଇଯାଇଛି ।

ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏମିତି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡରେ 15 ହଜାର ନଗଦ ଟଙ୍କା 4 ଭରି ସୁନା ଓ ବିଭିନ୍ନ ଦରକାରୀ କାଗଜପତ୍ର ଘରୋଇ ଉପକରଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ନିଆଁ ଜଳୁଥିବାର ଦେଖି ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ।

ଭଦ୍ରକରୁ ଦେବାଶିଷ ମହାପାତ୍ର , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.