ETV Bharat / state

ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା 3 ବଖରା - ଭଦ୍ରକରେ ଅଗ୍ନିକାଣ୍ଡ

ଭଦ୍ରକରେ ଅଗ୍ନିକାଣଅଡ ଘଟି 3 ବଖରା ଜଳି ଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଭଦ୍ରକରେ ଅଗ୍ନିକାଣ୍ଡ, ଜଳିଗଲା 3 ବଖରା
ଭଦ୍ରକରେ ଅଗ୍ନିକାଣ୍ଡ, ଜଳିଗଲା 3 ବଖରା
author img

By

Published : Apr 5, 2021, 6:57 AM IST

ଭଦ୍ରକ: ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ପଳାଶପୁର ଗ୍ରାମରେ ରବିବାର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଗ୍ରାମର 3 ଜଣଙ୍କ ଘର ପୋଡି ହୋଇଯାଇଥିବା ଦେଖିବାକୁ ମିଳିଛି । ତେବେ ଏ ସମ୍ପର୍କରେ ଖବର ପାଇବା ପରେ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ଭଦ୍ରକରେ ଅଗ୍ନିକାଣ୍ଡ, ଜଳିଗଲା 3 ବଖରା

ଖେରଙ୍ଗ ଗ୍ରାମପଞ୍ଚାୟତର ଉକ୍ତ ଗ୍ରାମର ଭରତ ପଡ଼ିହାରି, ଶତ୍ରୁଘନ ପଡ଼ିହାରି ଓ ପାର୍ବତୀ ପଡ଼ିହାରିଙ୍କର ତିନି ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଘରେ ଥିବା ସମସ୍ତ ଆସବାବପତ୍ର, ଧାନ, ଚାଉଳ, କଂସାବାସନ ପୋଡି ପାଉଁଶ ହୋଇଯାଇଛି । ନିଆଁର ପ୍ରକୋପ ଏତେ ଥିଲା ଯେ ପିନ୍ଧୀଥିବା ଲୁଗା ବ୍ୟତୀତ କିଛି ବି ବାହାର କରିପାରି ନଥିଲେ ପରିବାର ଲୋକେ କହିଛନ୍ତି । ନିଆଁକୁ ଆୟତ୍ତ କରିବାରେ ଗ୍ରାମବାସୀଙ୍କ ବହୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।

ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲାା । ହେଲେ ସେତେବେଳେକୁ ସବୁକିଛି ନିଆଁରେ ପୋଡି ପାଉଁଶ ହୋଇସାରିଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । ଅଗ୍ନି ବିପନ୍ନଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.