ETV Bharat / state

ଭୟାବହ ଅଗ୍ନିକାଣ୍ଡ, 4 ପରିବାରର 6 ବଖରା ଘର ଜଳିପୋଡି ପାଉଁଶ

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଅସୁରାଳି ତୋରବନ୍ତିଆ ଗ୍ରାମରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ 4 ଟି ପରିବାରର 6 ବଖରା ଘର ଜଳି ଯାଇଛି । ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି ।

author img

By

Published : Jul 17, 2020, 1:08 PM IST

ଭଦ୍ରକ ତୋରବନ୍ତିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଅସୁରାଳି ତୋରବନ୍ତିଆ ଗ୍ରାମରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ 4 ଟି ପରିବାରର 6 ବଖରା ଘର ଜଳି ଯାଇଛି । ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତି ଜଳି ପୋଡି ପାଉଁଶ ହୋଇଯାଇଥିବା ସୂଚନା ରହିଛି ।

ତେବେ ଆଜି ସକାଳ ସମୟରେ ରୋଷେଇ କରୁଥିବା ଵେଳେ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁଚାହୁଁ ଆଖି ପିଛୁଳାକେ 6 ବଖରା ଘର ଜଳିଯାଇଥିଲା। ତୁରନ୍ତ ଧାମନଗରରୁ ଦମକଳ ଵାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ସେତେବେଳକୁ ସବୁ ଜଳି ପୋଡି ପାଉଁଶ ହୋଇଯାଇଥିଲା।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.