ETV Bharat / state

ବୀମା ଟଙ୍କା ନ ପାଇବାରୁ ଚାଷୀଙ୍କ ସେବା ସମିତି ଘେରାଉ - farmer protest in bhadrak

2019ରେ ଓରସାହି ସେବା ସମିତି ଅଧିନରେ ଥିବା କେତେକ ପଞ୍ଚାୟତ ପାଇଁ 68 ପ୍ରତିଶତ କୃଷିବୀମା ଅର୍ଥ ଆସିଥିଲା । ହେଲେ ଆଜି ପର୍ଯ୍ୟନ୍ତ କୌଣସି ଚାଷୀଙ୍କ ନିକଟରେ ଏହା ପହଞ୍ଚି ପାରିଲା ନାହିଁ । ଏପରିକି ଚଳିତ ବର୍ଷ ଖରିବ ଧାନ ଚାଷର ସାର ମଧ୍ୟ ପ୍ରଦାନ କରାଯାଉଥିବା ଅଭିଯୋଗରେ ଚାଷୀ ସେବା ସମିତି ଅଫିସକୁ ଘେରାଉ କରିଥିଲେ । ଅଧିକ ପଢନ୍ତୁ...

ବୀମା  ଟଙ୍କା ପ୍ରଦାନ ନେଇ ଚାଷୀଙ୍କ ସେବା ସମିତି ଘେରାଉ

author img

By

Published : Sep 9, 2020, 8:17 AM IST

Updated : Sep 9, 2020, 1:07 PM IST

ଭଦ୍ରକ: ଜିଲ୍ଲା ଚାନ୍ଦବାଲି ବ୍ଲକ ଓରାସାହି ସେବା ସମବାୟ ସମିତି କାର୍ଯ୍ୟାଳୟକୁ ଘେରିଲେ ଶତାଧିକ ଚାଷୀ। ତୁରନ୍ତ କୃଷି ବୀମା ଅର୍ଥ ପ୍ରଦାନ ଓ ବକେୟା ସାର ପ୍ରଦାନ ଦାବି ନେଇ ଚାଷୀ ମେଳି କରିଥିଲେ । ୨୦୧୯ ରେ ଓରାସାହି ସେବା ସମିତି ଅଧିନରେ ଥିବା ଓରାସାହି ପଞ୍ଚାୟତ, କାଣ୍ଡଗରଡି ପଞ୍ଚାୟତ ଓ ବଜୟନଗର ପଞ୍ଚାୟତ ପାଇଁ ୬୮ % କୃଷିବୀମା ଅର୍ଥ ଆସିଥିବା ଜଣାପଡିଛି। ହେଲେ ସମିତିର ସମ୍ପାଦକ ଅଦ୍ୟାବଧି ବୀମାଧାରୀଙ୍କୁ ସେମାନଙ୍କର ବୀମା ଟଙ୍କା ପ୍ରଦାନ କରୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳକାରୀ।

ଅନ୍ୟପଟେ, ବୀମାଧାରୀଙ୍କୁ ଚଳିତ ଖରିବ ଧାନ ଚାଷ ପାଇଁ ସାର ପ୍ରଦାନ କରୁନାହାଁନ୍ତି। ତେଣୁ ଏହି ଦୁଇଟି ଦାବୀ ନେଇ ଓରାସାହି ସେବା ସମବାୟ ସମିତିର ସମସ୍ତ ଚାଷୀ ସମିତି କାର୍ଯ୍ୟାଳୟକୁ ଘେରିଥିଲେ। ତେବେ ଚଳିତ ବର୍ଷ ପ୍ରଥମେ ମରୁଡି ପରେ ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ପରେ ବନ୍ୟା ଆସିବାରୁ ଚାଷୀ କୂଳଙ୍କର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଦୋହଲି ଯାଇଛି। ଏପରି ସ୍ଥିତିରେ ସମବାୟ ସମିତି ପକ୍ଷରୁ ବୀମା ରାଶି ପ୍ରଦାନ ନକରିବା ନେଇ ତାତିଥିଲେ ଚାଷୀ। ଓରାସାହି ସେବା ସମବାୟ ସମିତିର ସମ୍ପାଦିକା ସସ୍ମିତା ନାୟକ ଚାଷୀଙ୍କୁ ବୁଝାସୁଝା କରିବା ସହ ସେମାନଙ୍କ ଦାବିପତ୍ରକୁ ଗ୍ରହଣ କରି ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବାକୁ ପ୍ରତିଶୃତି ଦେବା ପରେ ଚାଷୀ ମାନେ ଶାନ୍ତ ପଡ଼ିଥିଲେ।

ବୀମା ଟଙ୍କା ନ ପାଇବାରୁ ଚାଷୀଙ୍କ ସେବା ସମିତି ଘେରାଉ

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Sep 9, 2020, 1:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.