ETV Bharat / state

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖୀରେ ଧାନ ବସ୍ତା ରଖି କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ - ମଣ୍ଡିରେ ଧାନ ଟୋକନ

ଜିଲ୍ଲାରେ ବିଭିନ୍ନ ମଣ୍ଡିରେ କଟଣୀ, ଛଟଣୀ କୁ ନେଇ ବିକ୍ଷୋଭ ପ୍ରଦର୍ଶନୀ କରୁଛନ୍ତି ଚାଷୀ। ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖୀରେ ଧାନ ବସ୍ତା ରଖି ବିକ୍ଷୋଭ ପ୍ରଦର୍ଶନୀ କରୁଛି ନବ ନିର୍ମାଣ କୃଷକ ସଂଗଠନ। ଅଧିକ ପଢନ୍ତୁ

district collector office
district collector office
author img

By

Published : Jan 19, 2023, 8:31 PM IST

କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ

ଭଦ୍ରକ: ଭଦ୍ରକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖୀରେ ଧାନ ବସ୍ତା ରଖି ବିକ୍ଷୋଭ ପ୍ରଦର୍ଶନୀ କରୁଛି ନବ ନିର୍ମାଣ କୃଷକ ସଂଗଠନ। ଜିଲ୍ଲାରେ ବିଭିନ୍ନ ମଣ୍ଡିରେ କଟନିଛଟନିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଚାଷୀ । ଚାଷୀ ମାନେ ମଣ୍ଡିରେ ଧାନ ଟୋକନ ପାଇଥିଲେ ମଧ୍ୟ ଧାନ ଦେବାର ବିଳମ୍ବ ହେଉଛି । ଚାଷୀ ଧାନ କ୍ୱିଣ୍ଟାଲ ପ୍ରତି 8 କିଲୋରୁ 10 କିଲୋ ପର୍ଯ୍ୟନ୍ତ ଧାନ କାଟ କରାଯାଉଛି । ଯାହାକୁ ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ତେବେ ଚାଷୀମାନେ ଧାର, କରଜ କରି ଧାନ ଚାଷ କରିଥିଲେ । ହେଲେ ଧାନ ମଣ୍ଡିରେ ବିକ୍ରୟ କରୁଥିବା ବେଳେ ଏବେ ସରକାର ଧାନ କଟନିଛଟନି କରୁଛନ୍ତି । ଯାହା ଫଳରେ ଚାଷୀମାନେ ଧାନ ବସ୍ତା ରଖି ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଯଦି ଦାବି ନଶୁଣନ୍ତି ତାହା ହେଲେ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ପ୍ରଶାସନଙ୍କୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ଚାଷୀ । ଏଥିସହ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଭେଟି ଏହି ସବୁ ସମସ୍ୟା ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ତେଣୁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ବିକ୍ଷୋଭ ପ୍ରଦର୍ଶନ କରୁଛି ନବନିର୍ମାଣ କୃଷକ ସଂଗଠନ । ଯେପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତାଙ୍କ ଦାବି ପୂରଣ ନକରିବେ ସେପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ନବନିର୍ମାଣ କୃଷକ ସଂଗଠନ ର ସଦସ୍ୟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଘନକୁହୁଡି ପାଇଁ ଭୁବନେଶ୍ବରରେ ଅବତରଣ କରିପାରିଲାନି ବିମାନ, କୋଲକାତା ଡାଇଭର୍ଟ

ସେହିପରି କେନ୍ଦ୍ରାପଡାରେ ମଧ୍ୟ ଚାଷୀଙ୍କୁ ଲୁଟ କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ପ୍ରତିବାଦ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ରଖି ଧାରଣା ଦେିଛନ୍ତି ନବନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତା । ଆଜି ପୂର୍ବାହ୍ନରେ ଶତାଧିକ କୃଷକ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୨୦ରୁ ଊର୍ଦ୍ଧ୍ବ ବସ୍ତା ଧାନ ରଖି ପ୍ରତିବାଦ କରିଛନ୍ତି । ଜିଲ୍ଲାର ବିଭିନ୍ନ ସମବାୟ ସମିତି ଅଧୀନରେ ଥିବା ମଣ୍ଡିରେ ୩ରୁ ୧୦ କିଲୋ ପର୍ଯ୍ୟନ୍ତ କଟନିଛଟନି କରାଯାଉଥିବା ଅଭିଯୋଗ ହୋଇଛି । ମଣ୍ଡିରୁ ଧାନ ସଂଗ୍ରହ ବଦଳରେ ମିଲରମାନେ ଚାଷୀଙ୍କୁ ତାଙ୍କ ନିକଟରେ ଧାନ ଦେବାକୁ ବାଧ୍ୟ କରାଯାଉଛି । ଏଥିରେ ସୋସାଇଟି ସମ୍ପାଦକମାନେ ସମର୍ଥନ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.